ଲିଡ: ଆହତ ସମସ୍ୟାରେ ଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ ସ୍ମିଥ୍ ରବିବାର ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଡର୍ବିିସାୟାର ଦଳ ପକ୍ଷରୁ ଇଂଲଣ୍ଡ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍ (୨୯ରୁ ୩୧ତାରିଖ) ଖେଳି ଅଷ୍ଟ୍ରେଲିଆ ଦଳକୁ ଫେରିବା ନେଇ ଆଶାବାଦୀ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆସେସ୍ ଟେଷ୍ଟରେ ସ୍ମିଥ୍ ଆହତ ହୋଇଥିଲେ । ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ବାଉନ୍ସର ତାଙ୍କ ବେକରେ (ବାମ କାନ ତଳଭାଗ) ବାଜିଥିଲା । ଆହତ ସମସ୍ୟା କାରଣରୁ ସେ ତୃତୀୟ ଆସେସ୍ ଟେଷ୍ଟରୁ ଓହରି ଯାଇଥିଲେ ।ଅଷ୍ଟ୍ରେଲିଆ ଟିମ୍ ପ୍ରବକ୍ତା ସ୍ମିଥ୍ଙ୍କ ଆହତ ସମସ୍ୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆହତ ସ୍ମିଥ୍ ଅଭ୍ୟାସ କରିଛନ୍ତି । ସେ ୨୫ ମିନିଟ୍ ଧରି ବ୍ୟାଟିଂ କରିଥିଲେ । ଏହାପରେ ଗ୍ରାଉଣ୍ଡରେ ଦୌଡ଼ିଥିଲେ । ତାଙ୍କୁ ମେଡିକାଲ ଟିମ୍ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ସେ ଏବେ ସୁସ୍ଥ ଥିବାବେଳେ ଇଂଲଣ୍ଡ ବିପକ୍ଷ ଅଭ୍ୟାସ୍ ମ୍ୟାଚ୍ ଖେଳିବା ସମ୍ଭାବନା ରହିଛି ।’
Comments are closed, but trackbacks and pingbacks are open.