ଡାକ୍ତରଙ୍କ ଅନୁପସ୍ଥିତ ନେଇ ଡାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟଲୋକ

Get real time updates directly on you device, subscribe now.

ଭଦ୍ରକ : ଡାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟଲୋକ । ଭଦ୍ରକ ଜିଲ୍ଲା ଧୂସୂରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତ ନେଇ ସ୍ଥାନୀୟଲୋକେ ତାଲା ପକାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଡାକ୍ତରଖାନା ଦାୟିତ୍ବରେ ଥିବା ଡାକ୍ତର ମାନେ ଠିକ ସମୟରେ ଆସୁନଥିବାର ଅଭିଯୋଗ ହୋଇଆସିଛି । ଆଜି ସ୍ଥାନୀୟଲୋକେ ବହୁ ସମୟ ପର୍ୟ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ କୌଣସି ଡାକ୍ତର ଆସିନଥିଲେ , ଶେଷରେ ଲୋକ ଡାକ୍ତରଖାନାରେ ତାଲା ପକାଇଛନ୍ତି । ମେଡିକାଲରେ ତାଲା ପକାଇଥିବା ଖବର ପାଇ ଧାମନଗର ତହସିଲଦାର ଓ ଧାମନଗର ମେଡିକାଲ ଇନଚାର୍ଜ ଘଟଣାସ୍ଥଳକୁ ଆସି ବୁଝାସୁଝା କରିବା ପରେ ଲୋକେ ତାଲା ଖୋଲିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons