ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ:ଜନସାଧାରଣ ପ୍ରକୃତ ମାଲିକ, ଉତ୍ତମ ସେବା ଦିଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲୋକଙ୍କ ପଇସାରେ ସରକାର ଚାଲୁଛି । ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କ ପ୍ରଦତ୍ତ ପାଣ୍ଠିରେ ମେଡିକାଲ କଲେଜ, ଡାକ୍ତରଖାନା ସହ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ନିର୍ମାଣ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ବଜେଟ ମଧ୍ୟ ଲୋକଙ୍କ ପଇସା । ତେଣୁ ଡାକ୍ତରମାନେ ଜନସାଧାରଣଙ୍କୁ ସମ୍ମାନର ସହ ସେବା ଯୋଗାଇ ଦିଅନ୍ତୁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଏମିତି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଗାନ୍ଧି ଜୟନ୍ତୀରୁ ରାଜ୍ରରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ସେ ନିଜେ ଡାକ୍ତରଖାନାକୁ ଚିକିତ୍ସା ସେବା ପାଇଁ ଆସୁଥିବା ରୋଗୀମାନଙ୍କୁ ଫୋନ୍ କରି କଥା ହେବେ । ରୋଗୀମାନେ ଡାକ୍ତରଖାନାରେ କେମିତି ସେବା ପାଇଲେ ସେ କଥା ପଚାରି ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯେଉଁ ଡାକ୍ତରମାନେ ଭଲ କାମ କରିବେ ସେମାନଙ୍କୁ ଆଗୁଆ ପଦୋନ୍ନତି ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଓ ଅନ୍ୟ ଡାକ୍ତରମାନଙ୍କ ସହ ଆଲୋଚନା ବେଳେ କହିଲେ, ସ୍ୱାସ୍ଥ୍ୟ ହେଉଛି ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ୨୦୦୦ ମସିହାରେ ରାଜ୍ୟର ସ୍ୱାସ୍ଥ୍ୟ ବଜେଟ ୫୧୪ କୋଟି ଥିଲା ବେଳେ ଏବେ ଏହା ୭ ହଜାର କୋଟିରେ ପହଞ୍ଚିଲାଣି । ୩ଟି ମେଡିକାଲ କଲେଜରୁ ରାଜ୍ୟରେ ଏବେ ୭ଟି ମେଡିକାଲ କଲେଜ ହେଲାଣି । ଖୁବଶୀଘ୍ର ଏହି କଲେଜ ସଂଖ୍ୟା ୧୨ କୁ ଛୁଇଁବ ।
କିଛି ସ୍ଥାନରେ ବ୍ଲଡ ବ୍ୟାଙ୍କ, ଆମ୍ବୁଲାନସ୍ ଓ ଡାଏଲିସିସ୍ ଆଦି କ୍ଷେତ୍ରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ରୋଗୀମାନେ କିଭଳି ଉତ୍ତମ ଚିକିତ୍ସା ସହ, ଔଷଧ, ରୋଗ ପରୀକ୍ଷା ମାଗଣାରେ ସମ୍ମାନର ସହ ପାଇବେ ସେଥିପ୍ରତି ସିଡିଏମଓମାନେ ଧ୍ୟାନ ଦେବେ । ରୋଗୀମାନଙ୍କୁ ସେବା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନାରେ ଦଲାଲଙ୍କ ପ୍ରାଦୁର୍ଭାବରେ ପୂର୍ଣ୍ଣଛେଦ ପକାଇବାକୁ ଏସ୍ପିମାନେ ଦୃଢ଼ କାର୍ଯ୍ୟାନୁÂାନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୁଣା ସ୍ମୃତିକୁ ମନେ ପକାଇ କହିଲେ, ୨୦୦୧ ମସିହାରେ କାଶୀପୁରରେ ଆମ୍ବଟାକୁଆ ଖାଇ କିଛି ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ । ଏ ଘଟଣା ପରେ ସେ ନିଜେ କାଶୀପୁର ଗସ୍ତରେ ଯାଇଥିଲେ । ସେ ସମୟରେ ସେଠାରେ କାର୍ଯ୍ୟରତ ଡାକ୍ତରଙ୍କ ସେବା ମନୋଭାବ ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା । ଲୋକମାନେ ଡାକ୍ତରଙ୍କୁ ସମ୍ମାନ ଦେଉଥିଲେ ଭରସା ବି କରୁଥିଲେ । ଏପରିକି ଡାକ୍ତରମାନେ ପ୍ରଶାସକ ଓ ପୁଲିସଙ୍କ ଅପେକ୍ଷା ଲୋକଙ୍କୁ ଉତ୍ତମ ସେବା ଦେଇ ଭରସା ଜିତି ପାରିଥିଲେ । ସେ ସମୟରେ ୪ ଜଣ ଆଇଏଏସ୍ ଶିକ୍ଷାନବୀଶ ସେଠାକୁ ପଠାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତରଙ୍କୁ ଦେଖ ଓ ତାଙ୍କୁ ଅନୁକରଣ କରିବାକୁ ମୁଁ ପରାମର୍ଶ ଦେଇଥିଲି ।
ମୁଖ୍ୟମନ୍ତ୍ରୀ କହିଲେ, ଦୀର୍ଘ ବର୍ଷ ମଧ୍ୟରେ ସେ ବହୁ ଡାକ୍ତରଙ୍କୁ ଦେଖିଛନ୍ତି ଯେଉଁମାନେ ନିଃସ୍ୱାର୍ଥପର ଭାବେ ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ଡାକ୍ତରମାନଙ୍କ ସେବାରୁ ଆମକୁ ବହୁତ ସଫଳତା ମିଳିଛି । ଶିଶୁ ମୃତୁ୍ୟହାରକୁ ଆମେ ସର୍ବାଧିକ ତଳକୁ ଖସାଇପାରିଛୁ । ମ୍ୟାଲେରିଆ ନିରାକରଣରେ ସମଗ୍ର ବିଶ୍ୱ ଆମ ଉଦ୍ୟମକୁ ସ୍ୱୀକୃତି ଦେଇଛି । ସ୍ୱାସ୍ଥ୍ୟସେବାରେ ବହୁ ଭଲ ଡାକ୍ତର ଅଛନ୍ତି । ଯେଉଁ ଡାକ୍ତରମାନେ ଭଲ କାମ କରିବେ ସେମାନଙ୍କୁ ଆଗୁଆ ପଦୋନ୍ନତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ରାଜ୍ୟବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ମହତ ଉଦେ୍ଧଶ୍ୟକୁ ସଫଳ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଥିଲେ । ଡାକ୍ତରମାନଙ୍କ ପଦୋନ୍ନତି କ୍ଷେତ୍ରରେ ‘ମୋ ସରକାର’ ର ସଫଳତା ଦିଗରେ ତାଙ୍କ ଅବଦାନକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ‘ମୋ ସରକାର’ରେ ଡାକ୍ତରଙ୍କ ଭୂମିକା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ‘୫ ଟି’ ସଚିବ ଭି କେ ପାଣ୍ଡିଆନ୍ । ସେ କହିଲେ, ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଭିଜନକୁ ପୂରଣ କରିବାକୁ ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇବା ଜରୁରୀ । ଡାକ୍ତରଖାନା, ବ୍ଲଡବ୍ୟାଙ୍କ, ଆମ୍ବୁଲାନସ୍ ଓ ଡାଏଲିସିସ୍ କ୍ଷେତ୍ରଗୁଡ଼ିକୁ ୧୫ ଦିନରେ ଦଲାଲମୁକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ, ପୁଲିସ ଡିଜି ବିଜୟ କୁମାର ଶର୍ମା, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ବିଭିନ୍ନ ବିଭାଗ ପ୍ରମୁଖ ସଚିବ ଏବଂ ସଚିବମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons