ଡାକ୍ତରୀ ଟିମର ବସ୍ ଦୁର୍ଘଟଣାଗ୍ରସ୍ତ, ୯ ଆହତ

Get real time updates directly on you device, subscribe now.

ଦଶପଲ୍ଲା,(ବି.ବି.ନୁ୍ୟଜ): କୋଭିଡ୍ ଡୁ୍ୟଟିରେ କଟକ ଏସ୍ସିବିରୁ ବଲାଙ୍ଗୀର ଯାଉଥିବା ଏକ ୨୦ ଜଣିଆ ଡାକ୍ତରୀ ଟିମ୍ର ବସ୍ ଗତକାଲି ମଧ୍ୟରାତ୍ରିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଦୁର୍ଗାପ୍ରସାଦଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଡ୍ରାଇଭର ଏବଂ ୮ ଜଣ ଡାକ୍ତର ସାମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ରାତି ରହଣିର ବ୍ୟବସ୍ଥା କରିଥିଲେ । ଆଜି ଏହି ଡାକ୍ତରୀ ଟିମ୍ ଅନ୍ୟ ଏକ ବସ୍ ଯୋଗେ ବଲାଙ୍ଗୀର ଯାତ୍ରା କରିଛନ୍ତି ।
ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାରେ କୋଭିଡ୍ ଡୁ୍ୟଟିରେ ନିୟୋଜିତ ହେବା ପାଇଁ କଟକ ଏସ୍ସିବିରୁ ୨୦ ଜଣ ହାଉସ୍ ସର୍ଜନ ଡାକ୍ତରଙ୍କୁ ବଲାଙ୍ଗୀର ପଠା ଯାଇଥିଲା । ଗତକାଲି ରାତିରେ ଏକ ଓଏସ୍ଆର୍ଟିସି ବସ୍ ( ଓଡି ୦୨ ଏଜେଡ୍ ୫୫୯୬) ଯୋଗେ ଡାକ୍ତରମାନେ ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଥିଲେ । ରାତି ପ୍ରାୟ ୧୨ଟା ବେଳେ ବସ୍ଟି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥର ଦୁର୍ଗାପ୍ରସାଦଠାରେ ରାସ୍ତା ପାଶ୍ୱର୍ରେ ଥିବା ଏକ ପଣସ ଗଛକୁ ଦ୍ରୁତ ଗତିରେ ଯାଇ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଡ୍ରାଇଭର ଏବଂ ୮ଜଣ ଡାକ୍ତର ଡା. ଦେବୀ ପ୍ରସାଦ ନାଥ, ଡା. ଗାୟତ୍ରୀ ପ୍ରଧାନ, ଡା. ଦେବାଶିଷ ମହାପାତ୍ର, ଡା. ଦେବଦତ୍ତ କୁମ୍ଭାର, ଡା. ଗିରିଶ୍ ବେହେରା, ଡା. ଦୀପେଶ୍ ରଣସିଂହ, ଡା. ଇକ୍ତା ବଡଜ୍ଞାନ, ଡା. ଦେବାଶିଷ ପଟ୍ଟନାୟକ ସାମାନ୍ୟ ଆହତ ହୋଇଥିଲେ ।
ଖବରପାଇ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ସମେତ ମଧ୍ୟଖଣ୍ଡ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ରଶ୍ମି ରଞ୍ଜନ ଭଦ୍ରା, ବାଣିଗୋଛା ଥାନାଧିକାରୀ ବୈଦ୍ୟ ନାରାୟଣ ଭୋଇ, ଦଶପଲ୍ଲା ପୁଲିସ, ଦମକଳ ବାହିନୀ ଏବଂ ବାଣିଗୋଛା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚôଥିଲେ । ଦୁର୍ଘଟଣାଗ୍ରସ୍ତ ବସରୁ ସମସ୍ତ ଡାକ୍ତରଙ୍କୁ ଉଦ୍ଧାର କରାଯାଇଥିଲା । ଆହତ ଡ୍ରାଇଭର ଓ ୮ ଡାକ୍ତରଙ୍କୁ ତୁରନ୍ତ ଚିକିତ୍ସା କରାଯିବା ସହ ରାତିରେ ସମସ୍ତ ଡାକ୍ତରଙ୍କୁ ଦଶପଲ୍ଲାସ୍ଥିତ ସାଇ ଗେଷ୍ଟ ହାଉସ୍ରେ ରଖାଯାଇଥିଲା । ଆଜି ପୂର୍ବାହ୍ନରେ ତହସିଲଦାର ଶ୍ରୀ ଖେମୁଣ୍ଡୁ ଅନ୍ୟ ଏକ ବସ୍ ଯୋଗେ ସମସ୍ତ ୨୦ ଡାକ୍ତରଙ୍କୁ ବଲାଙ୍ଗୀର ପଠାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons