ଭୁବନେଶ୍ବର: କରୋନା ଜନିତ ଲକ ଡାଉନ ବେଳେ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟସେବା ସହ ଜଡିତ ବ୍ୟକ୍ତି ବିଶେଷ ଏବଂ କର୍ମଚାରୀଙ୍କ ଚଳପ୍ରଚଳ ଅବାଧ ବା ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିବ। ସେମାନଙ୍କୁ ସୁରକ୍ଷା ଆଳରେ ପୋଲିସ୍ କର୍ମଚାରୀମାନେ ଅଟକାଇବେ ନାହିଁ କିମ୍ବା ଯାଞ୍ଚ କରିବେ ନାହିଁ। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶ ଅଭୟ। ଏହି କ୍ରମରେ ଡିଜିପି ଅଭୟଙ୍କ କାର୍ୟ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍ପିଙ୍କ ସହ ଡିଏସପି .ଏବହ ଡିଆଇଜି ତଥା ବରିଷ୍ଠ ପଦାଧିକାରୀମାନଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଏହି ଅନୁଯାୟୀ ଲକ ଡାଉନ ସତ୍ତ୍ବେ ହସ୍ପିଟାଲରେ କାର୍ୟ୍ୟରତ ଡାକ୍ତର, ନର୍ସ ଏବଂ କର୍ମଚାରୀମାନଙ୍କୁ ପୋଲିସ୍ ଅଟକାଇବେ ନାହିଁ। ସେହିପରି ସମାଜର ହିତରେ କାର୍ୟ୍ୟରତ ଏହି ବ୍ୟକ୍ତିଙ୍କୁ ପୋଲିସ୍ ଅଟକାଇବେ ନାହିଁ ବୋଲି ପୋଲିସ୍ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।କେବଳ ସରକାରୀ ହସ୍ପିଟାଲରେ କାର୍ୟ୍ୟରତ କର୍ମଚାର ନୁହେଁ ବରଂ ଘରୋଇ ହସ୍ପିଟାଲରେ କାର୍ୟ୍ୟରତ କର୍ମଚାରୀମାନେ ମଧ୍ୟ ପରିଚୟ ପତ୍ର ଦେଖା ନିଜ କାର୍ୟ୍ୟସ୍ଥଳକୁ ଯାଇପାରିବେ। ତେବେ ସେମାନଙ୍କୁ ସେମାନଙ୍କ ବିଭାଗ ବା ହସ୍ପିଟାଲ ପ୍ରଦତ୍ତ ପରିଚୟ ପତ୍ର ରଖିବା ଆବଶ୍ୟକ। ଏହି ଅନୁଯାୟୀ ସ୍ବାସ୍ଥ୍ୟସେବା ବା ହସ୍ପିଟାଲ କର୍ମଚାରୀମାନେ ମାର୍ଚ୍ଚ ୨୭ ତାରିଖ ପର୍ୟ୍ୟନ୍ତ ନିଜର ପରିଚୟ ପତ୍ର ଦେଖାଇ ଅବାଧରେ କାର୍ୟ୍ୟସ୍ଥଳକୁ ଯାତାୟତ କରି ପାରିବେ।


Comments are closed, but trackbacks and pingbacks are open.