ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନବୀନଙ୍କ ବଡ଼ ଘୋଷଣା:କରୋନା ଯୋଦ୍ଧାଙ୍କ ମୃତୁ୍ୟ ହେଲେ ମିଳିବ ୫୦ ଲକ୍ଷ:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ଆଗକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣ ରୋକିବାକୁ ଲଢେ଼ଇର ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ (ସରକାରୀ ଓ ଘରୋଇ)ଙ୍କ ପରିବାରର ଭବିଷ୍ୟତକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଉଥିଲା ବେଳେ ଯଦି କୌଣସି ଡାକ୍ତର, ନର୍ସ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ମୃତୁ୍ୟ ଘଟେ ତେବେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ । ପ୍ରାଣ ହରାଇଥିବା ଏହି ଯୋଦ୍ଧାଙ୍କୁ ସରକାର ସହିଦ ଘୋଷଣା କରିବେ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ତାଙ୍କର ଯେତିକି ଦିନ ଚାକିରି କାଳ ବାକି ଥିବ ତାଙ୍କ ପରିବାର ସେତିକି ଦିନ ଯାଏ ଦରମା ପାଇବେ । ଏହାଛଡ଼ା ଆମ ଜାତି ପ୍ରତି ତାଙ୍କ ବଳିଦାନକୁ ସ୍ମରଣ କରିବାକୁ ସରକାର ସେ ଯୋଦ୍ଧାଙ୍କ ସ୍ମୃତିରେ ପୁରସ୍କାର ପ୍ରଚଳନ କରି ଜାତୀୟ ଦିବସରେ ପ୍ରଦାନ କରିବେ । ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
କେବଳ ସେତିକି ନୁହେଁ କରୋନା ଚିକିତ୍ସା ସେବା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବୃତ୍ତିଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ କାର୍ଯ୍ୟସ୍ଥଳୀରେ କେହି ଦୁର୍ବ୍ୟବହାର କଲେ କିମ୍ବା ଧମକ ଚମକ ଦେଲେ ଏହାକୁ ଦେଶଦ୍ରୋହ ବୋଲି ଗଣାଯିବ । ଆବଶ୍ୟକସ୍ଥଳେ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ଜାତୀୟ ନିରାପତ୍ତା ଆଇନ (ଏନ୍ଏସ୍ଏ) ଅନୁସାରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଏ କରୋନା ଯୋଦ୍ଧାଙ୍କ ପଛରେ ସାଢେ଼ ୪ କୋଟି ଓଡ଼ିଆ ଛିଡ଼ା ହୋଇଛନ୍ତି ବୋଲି ଆବେଗର ସହ କହିଛନ୍ତି ନବୀନ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣାକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ସ୍ୱାଗତ କରିଛି ।
କରୋନା ବିରୋଧରେ ରାଜ୍ୟ ସରକାର ଯୁଦ୍ଧମୁଦ୍ରାରେ ଥିଲା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏ ବାର୍ତ୍ତାରେ ସେ କହିଛନ୍ତି, ସମଗ୍ର ମାନବ ସମାଜ ଏବେ ମହାମାରୀ କରୋନା ବିରୋଧରେ ଲଢ଼ୁଛି । ମାତ୍ର ୩ ମାସ ମଧ୍ୟରେ ବିଶ୍ୱର ୨ ଲକ୍ଷ ଲୋକଙ୍କ ଜୀବନ ନେଇଛି ଏ ମହାମାରୀ । ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ର ଲୋକମାନଙ୍କ ଜୀବନର ସୁରକ୍ଷା ପାଇଁ ଏବେ ଏ ଅଦୃଶ୍ୟ ଶତ୍ରୁ ସହ ଯୁଦ୍ଧ କରୁଛନ୍ତି । ତେବେ ଏ ଯୁଦ୍ଧର ଆଗଧାଡ଼ିରେ ଅଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟସେବାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ । ଏଯାଏ କରୋନା ଚିକିତ୍ସା ପାଇଁ କୌଣସି ଔଷଧ କିମ୍ବା ଟୀକା ବାହାରିନଥିଲା ବେଳେ ଏମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ବିରୋଧରେ ଲଢ଼ୁଛନ୍ତି । ଦେଶ ଓ ଜାତି ପାଇଁ ଯୁଦ୍ଧ କରୁଥିବା ଏ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ହେଉଛି ଆମର ସମୃଦ୍ଧ ପରମ୍ପରା । ଏଭଳି ସଂକଟ ବେଳେ ଆମକୁ ଏ ପରମ୍ପରା ଅନୁସାରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ଏବଂ ଆମେ ଏଥିପ୍ରତି ସଂକଳ୍ପବଦ୍ଧ ବୋଲି ନବୀନ କହିଛନ୍ତି । ଏପରିକି ସମସ୍ତେ ଆମର ଏ ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞ ରହିବାକୁ ମଧ୍ୟ ସେ ଅପିଲ୍ କରିଛନ୍ତି ।
ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, କରୋନା ଚିକିତ୍ସା ସେବା ଯୋଗାଇଲା ବେଳେ ଯଦି କୌଣସି ଯୋଦ୍ଧାଙ୍କର ପ୍ରାଣ ଯାଏ କେନ୍ଦ୍ର ସରକାରଙ୍କ ସହ ମିଶି ଆମେ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବୁ । ଉଲ୍ଳେଖଯୋଗ୍ୟ, ରାଜ୍ୟରେ ଆଜି ସୁଦ୍ଧା ୨୦ କୋଭିଡ୍ ହସପିଟାଲ ୩୦ ଜିଲ୍ଲରେ କାର୍ଯ୍ୟକ୍ଷମ ହୋଇଛି । ଏ ହସପିଟାଲରେ ୩୦୯ ଡାକ୍ତର, ୭୬୮ ନର୍ସ, ୩୩୮ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ୩ ସିଫ୍ଟରେ କାମ କରୁଛନ୍ତି । ଏହାଛଡ଼ା ୫୨୬ ଜଣ ଗ୍ରୁପ ଡି କର୍ମଚାରୀ ମଧ୍ୟ ସହଯୋଗ କରୁଛନ୍ତି । ଏମାନଙ୍କ ମନୋବଳ ବଢ଼ାଇବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏ ବଡ଼ ଘୋଷଣା କରିଥିଲା ବେଳେ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ, ଗତ ମାସରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ୪ ମାସର ଅଗ୍ରୀମ ଦରମା ପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଆଜି କରୋନା ଯୋଦ୍ଧାଙ୍କ ମୃତୁ୍ୟରେ ୫୦ ଲକ୍ଷର ସହାୟତା, ସହିଦ ମାନ୍ୟତା ଭଳି ଘୋଷଣା ଏ ଯୋଦ୍ଧାମାନଙ୍କୁ ଅଧିକ ଉତ୍ସାହିତ କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons