ଡାହାଣୀ ସନେ୍ଦହରେ ବୃଦ୍ଧାଙ୍କ ମୁଣ୍ଡକାଟ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୟୂରଭଞ୍ଜରେ ଘଟିଛି ଅଭାବନୀୟ କାଣ୍ଡ । ଗୁଣିଗାରେଡ଼ି ଓ ଡାହାଣୀ ସନେ୍ଦହରେ ପୁଣି ଗଡ଼ିଛି ଜଣେ ମହିଳାଙ୍କ ମୁଣ୍ଡ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ଗାଁରେ । ବୃଦ୍ଧାଙ୍କ ମୁଣ୍ଡକାଟ ପରେ କଟାମୁଣ୍ଡ ଧରି ଥାନାକୁ ଆତ୍ମସମର୍ପଣ ପାଇଁ ଯିବା ବେଳେ ପୁଲିସ୍ ଅଭିଯୁକ୍ତକୁ ଅଧାବାଟରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କରକଚିଆ ଗାଁର କନ୍ଦା ସିଂଙ୍କ ପୁଅ ବୁଧୁରାମ ଓରଫ ଶୁକୁରା(୨୮) । ହତ୍ୟାର ଶିକାର ହୋଇଛନ୍ତି ନିକଟସ୍ଥ ନୂଆସାହିର ଚମ୍ପା ସିଂ(୫୫) ।
ସୂଚନା ଅନୁଯାୟୀ ବୁଧୁରାମଙ୍କ ଏକ ୪ ବର୍ଷର ଝିଅକୁ କିଛିଦିନ ପୂର୍ବେ ଜ୍ୱର ହେଉଥିଲା । ଉଦଳା ଡାକ୍ତରଖାନାରେ ଚିକିତ୍ସା ସତ୍ତେ୍ୱ ଦେହ ଭଲ ହୋଇ ନ ଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେଲା । ଏଣୁ ବୁଧୁରାମ ଝିଅକୁ ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ୍ ନେବା ବାଟରେ ତା’ର ମୃତୁ୍ୟ ହୋଇଥିଲା । ଝିଅର ମୃତୁ୍ୟରେ ଭାଙ୍ଗି ପଡ଼ିଥିଲା ବୁଧୁରାମ । ଏପରିକି ଚମ୍ପା ଗୁଣି କରିବା ଯୋଗୁଁ ଝିଅର ମୃତୁ୍ୟ ହେଲା ବୋଲି ବୁଧୁରାମର ସନେ୍ଦହ ଜାତ ହୋଇଥିଲା । ଏଣୁ ଚମ୍ପାକୁ ହତ୍ୟା କରିବା ପାଇଁ ସେ ଚିନ୍ତା କରିଥିଲା । ଆଜି ଏକ ଟାଙ୍ଗିଆ ଧରି ଚମ୍ପାକୁ ଜଗି ରହିଥିଲା । ସକାଳ ପ୍ରାୟ ସାଢେ଼ ୧୦ଟାରେ ଚମ୍ପା ନୂଆସାହି ଛକକୁ ଯାଉଥିବା ବେଳେ ବୁଧୁରାମ ଟାଙ୍ଗିଆରେ ତାର ମୁଣ୍ଡକାଟ କରିଥିଲା । ଏହାପରେ ରକ୍ତଲଗା ଟାଙ୍ଗିଆ ସହ କଟାମୁଣ୍ଡ ଧରି ଖୁଣ୍ଟା ଥାନାକୁ ଆତ୍ମସମର୍ପଣ ପାଇଁ ଯିବାବେଳେ ପୁଲିସ୍ ବୁଧୁରାମକୁ ଅଧାବାଟରୁ ଗିରଫ କରିଥିଲା ବୋଲି ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ୍ କହିଛନ୍ତି । ଏ ନେଇ ପୁଲିସ ଖୁଣ୍ଟା ଥାନାରେ ୯୬/୨୦ରେ ଏକ ନରହତ୍ୟା ମାମଲା ରୁଜୁ କରିଛି । ଆସନ୍ତାକାଲି ବୁଧୁରାମକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons