ଡିଆଇଜିଙ୍କ ପୋଲସରା ଥାନା ପରିଦର୍ଶନ

Get real time updates directly on you device, subscribe now.

ପୋଲସରା,(ବି.ବି.ନୁ୍ୟଜ୍): ପୋଲସରା ସହରର ବଜାର ସାହି ଛକରେ ଥିବା ବିଦେଶୀ ମଦ ଦୋକାନ ଆଗରେ ବୋମା ମାଡ଼ ଘଟଣାର ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା ଲାଗି ମଙ୍ଗଳବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଏସ୍ପି ବ୍ରିଜେଶ ରାୟ ପୋଲସରା ଥାନା ପରିଦର୍ଶନରେ ଆସି ଘଟଣାର ତଦନ୍ତ କରି ଫେରିଛନ୍ତି । ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ପରିଦର୍ଶନ ବେଳେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପୋଲସରା ସହର ସମେତ ତାର ଆଖପାଖ ଅଞ୍ଚଳ ସଦାସର୍ବଦା ଅପରାଧିକ ପୃÂଭୂମି ଚର୍ଚ୍ଚାରେ ରହିଆସିଛି । ଗତ ଶନିବାର ପୋଲସରା ସହରର ବଜାର ସାହି ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ଆଗରେ କିଛି ଯୁବକ ବୋମା ମାଡ଼ କରିଥିଲେ । ଏଥିରେ ଦୁଇ ଗୁରୁତର ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଓ ଏସ୍ଡିପିଓ ନିମାଇଁ ଚରଣ ସେଠୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ଉକ୍ତ ଘଟଣାର ୪ ଦିନ ବିତିଯାଇଥିଲେ ସୁଦ୍ଧା ଅପରାଧୀମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇପାରିନି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଉକ୍ତ ଘଟଣାକୁ ନେଇ ୨୩୩/୧୯ରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons