ଡିଏସ୍ପିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚୋର ଓ ଲୁଟେରାମାନେ ସହରବାସୀଙ୍କୁ କଲବଲ କଲେଣି । କାହାକୁ ହାଣିଲେଣି ତ’ ପୁଣି କାହାକୁ ବନ୍ଧୁକ ଦେଖାଇ ଲୁଟିଲେଣି । ଲୋକଙ୍କୁ ସୁରକ୍ଷା ଦେଉଥିବା ପୁଲିସ୍ ବି ସେଥିରୁ ବାଦ୍ ପଡ଼ିନି । ଏଠି ପୁଲିସ୍ ବି ପୂରା ଅସୁରକ୍ଷିତ । ରବିବାର ସକାଳେ ଲୁଟେରାମାନେ ଜଣେ ମହିଳା ଡିଏସ୍ପିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଚେନ୍ ଲୁଟି ନେଇଛନ୍ତି । ଏମିତି ଘଟଣା ଘଟିଛି ଖାରବେଳନଗର ଥାନା ୟୁନିଟ୍-୩ ଅଞ୍ଚଳରେ । ଲୁଟେରାଙ୍କ ଶିକାର ହୋଇଛନ୍ତି ଭିଜିଲାନ୍ସ ଡିଏସ୍ପି ତନୁଜା ମହାନ୍ତି । ଏନେଇ ସେ ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ମାମଲା ରୁଜୁ କରିଛି । ଡିସିପିଙ୍କ ନିଦେ୍ର୍ଧଶରେ ସ୍ପେଶାଲ୍ ସ୍କ୍ୱାର୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି । ୟୁନିଟ୍-୩ କ୍ୱାର୍ଟର୍ସ ନମ୍ବର ଆଇଭି-ବି ୨୫/୩ରେ ରହୁଛନ୍ତି ଡିଏସ୍ପି ତନୁଜା । ସବୁଦିନ ଭଳି ରବିବାର ସକାଳ ୬ ଟାରେ ଉଠି ସେ ତାଙ୍କ ନିତ୍ୟକର୍ମ ସାରି ଗେଟ୍ ତାଲା ଖୋଲିଥିଲେ । ସମୟ ପ୍ରାୟ ୬ ଟା ୪୫ ହେବ, ତନୁଜା ଗେଟ୍ ଭିତର ପଟରେ ଛାଡୁ କରୁଥିଲେ । ସେହି ସମୟରେ ଦୁଇ ଜଣ ମାସ୍କ ପିନ୍ଧା ଯୁବକ ବାଇକରେ ଆସି ପହଞ୍ଚିଲେ । ଗେଟ୍ ସାମ୍ନାରେ ଗାଡ଼ି ରଖିଲେ । ଜଣେ ଲୁଟେରା ଗେଟ୍ ବାହାରେ ରହି କହିଲେ, ମାଡାମ୍ ସାର୍ ଫୋନ୍ କରିଛନ୍ତି…କଥା ହୁଅନ୍ତୁ… । ତେବେ ତନୁଜା କଥା ହେବାକୁ ମନା କରି ଗେଟ୍ ବନ୍ଦ କରିଦେଉଥିଲେ । ଏତିକି ବେଳେ ଲୁଟେରା ଜଣଙ୍କ ଗେଟ୍ ଠେଲିି ଭିତରକୁ ପଶିଆସି ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବାକୁ ଉଦ୍ୟମ କରିଥିଲେ । ତନୁଜା ଲୁଟେରାର କଲରକୁ ଧରି ପକାଇ ପାଟି କରିଥିଲେ । ତନୁଜାଙ୍କ ପାଟି ଶୁଣି ତାଙ୍କ ସ୍ୱାମୀ ଘର ଭିତରୁ ଧାଇଁ ଆସିଥିଲେ । ସ୍ୱାମୀକୁ ଦେଖିବା ପରେ ଲୁଟେରା ଜଣଙ୍କ ବନ୍ଧୁକ ଦେଖାଇ ମାରି ଦେବାକୁ ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ବନ୍ଧୁକଧାରୀ ଲୁଟେରା ସାମ୍ନାରେ ଲାଚାର ଥିଲେ ତନୁଜା ଓ ତାଙ୍କ ସ୍ୱାମୀ । ପରେ ଲୁଟେରା ତନୁଜାଙ୍କୁ ଠେଲି ଦେଇଥିଲା । ସେ ପଡ଼ିଗଲା ପରେ ତାଙ୍କ ସୁନା ଚେନ୍ ନେଇ ପଳାଇ ଯାଇଥିଲେ ।
ଏହାପରେ ତନୁଜା ପୁଲିସ୍ କଣ୍ଟେ୍ରାଲ୍ ରୁମ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ । ସଙ୍ଗେ ସଙ୍ଗେ ପୁଲିସ୍ ପହଞ୍ଚି ଥିଲା ତନୁଜାଙ୍କ କ୍ୱାର୍ଟର୍ସରେ । ପରେ ସେ ଥାନରେ ଏତଲା ଦେଇଥିଲେ । ଲୁଟେରାଙ୍କୁ ଧରିବା ପାଇଁ ଡିସିପି ଡ. ଉମାଶଙ୍କର ଦାସ ସ୍ପେଶାଲ୍ ସ୍କ୍ୱାର୍ଡ ଏସିପି ସଞ୍ଜୀବ ଶତପଥୀଙ୍କୁ ନିଦେ୍ର୍ଧଶ ଦେବା ପରେ ସ୍ପେଶାଲ୍ ସ୍କ୍ୱାର୍ଡ ଟିମ୍ ଡିଏସ୍ପି ତନୁଜାଙ୍କ ଘରକୁ ଯାଇ ଆଲୋଚନା କରିଥିଲେ । ସ୍ପେଶାଲ ସ୍କ୍ୱାର୍ଡ ବିଭିନ୍ନ ଆଡେ ଚଢ଼ଉ କରିଥିଲେ ମଧ୍ୟ ଲୁଟେରାଙ୍କ ବିଷୟରେ କିଛି ଟେର୍ ମିଳି ନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons