ଡିଜିପିଙ୍କୁ ତଦନ୍ତ ପାଇଁ ଅନୁରୋଧ କଲେ:ସୁରକ୍ଷା ଲୋଡ଼ିଲେ ଅନୁଭବ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଅଡିଓ କ୍ଲିପ୍ ସମ୍ପର୍କରେ ସାଂସଦ ଅନୁଭବ ମହାନ୍ତି ଡିଜିପିଙ୍କୁ ଚିଠି ଲେଖି ଅଭିଯୋଗ ବାଢିବା ସହ ତଦନ୍ତ ପାଇଁ ଅନୁରୋଧ ଜଣାଇଛନ୍ତି । ପତ୍ନୀ ବର୍ଷା, ତାଙ୍କର ଦୁଇ ଭଉଣୀ ଓ ଖୋଦ୍ ଅନୁଭବଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପର ଏକ ଅଡ଼ିଓ କ୍ଲିପ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଅନୁଭବଙ୍କ କହିବାନୁସାରେ, ଏହି କ୍ଲିପ୍ ଗତ ମାସେରୁ ଦୁଇ ମାସ ହେବ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ଏହି ଅଡ଼ିଓ କ୍ଲିପ୍ରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ବଡ଼ ଭଉଣୀ ବନାନୀ ସାହୁ ଓରଫ ଦଳାଇ, ବର୍ଷାଙ୍କ ଅନ୍ୟ ଜଣେ ଭଉଣୀ ଦେବଯାନୀ ସାହୁ ଓରଫ ଗଉଡ଼ଙ୍କ ମଧ୍ୟରେ କଥୋପକଥନ ରହିଛି । ଏହି ଅଡ଼ିଓ କ୍ଲିପ୍ଟି ଫୋନ୍ରେ କଥା ହେବା ବେଳେ ରେକର୍ଡ କରାଯାଇଛି । ତେବେ ଏହି କ୍ଲିପ୍ରେ ଅଶାଳୀନ ଓ ଘୃଣା ଭାବର କଥା ରହିଥିବା ସେ ଅଭିଯୋଗ କରିଛନ୍ତି ।
ତାଙ୍କ କହିବାନୁସାରେ, ଏହି ବାର୍ତ୍ତାଳାପରେ ଯେଉଁ କଥା ରହିଛି ତାହା ମୋର ଓ ମୋ ପରିବାର ବିରୁଦ୍ଧରେ ଏକପ୍ରକାର ଅପରାଧୀକ ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ର ପତ୍ନୀ ବର୍ଷା ଓ ତାଙ୍କ ପରିବାର ପକ୍ଷରୁ କରାଯାଉଥିବା ଜଣାପଡ଼ୁଛି । ତେଣୁ ଏହି ଅଡ଼ିଓ କ୍ଲିପ୍ର ସତ୍ୟତା ଯାଞ୍ଚ୍ କରିବାକୁ ସାଂସଦ ଶ୍ରୀ ମହାନ୍ତି ଏକ ଚିଠି ଲେଖି ରାଜ୍ୟ ପୁଲିସ ଡିଜି ଅଭୟଙ୍କୁ ଅନୁରୋଧ କରିଛନ୍ତି । ପ୍ରକୃତରେ ବର୍ଷା ଓ ତାଙ୍କ ଦୁଇ ଭଉଣୀଙ୍କ ସ୍ୱର ଉକ୍ତ ଅଡ଼ିଓ କ୍ଲିପ୍ରେ ଅଛି କି ନାହିଁ ତାହା ଯାଂଚ କରିବାକୁ ଅନୁଭବ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଅଡ଼ିଓ କ୍ଲିପ୍ ଯଦି ଜାଲ୍ ତାହେଲେ ତାହାର ସୃଷ୍ଟି କର୍ତ୍ତା ଓ ଭାଇରାଲ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁÂାନ ହେବା ଦରକାର । ଅନ୍ୟପଟେ ଏହି କ୍ଲିପ୍ ଯଦି ସତ, ତାହାଲେ ଉକ୍ତ ଷଡ଼ଯନ୍ତ୍ରରୁ ମୋତେ ଓ ମୋ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଅନୁଭବ ଅନୁରୋଧ କରିଛନ୍ତି । ମୁଁ ବହୁ ସମୟ କଟକ ଛାଡ଼ି ପାର୍ଲାମେଣ୍ଟ କାମରେ ଦିଲ୍ଲୀରେ ରହୁଛି । ଏହି ସମୟରେ ଘରେ ମୋର ଅସୁସ୍ଥ ବାପା-ମା ରହୁଛନ୍ତି । ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଏହି କ୍ଲିପ୍କୁ ଯାଂଚ କରି କାର୍ଯ୍ୟାନୁÂାନ ନେବାକୁ ସେ ଅନୁରୋଧ କହିଛନ୍ତି । ସେ ନିଜେ ଜଣେ ଲୋକପ୍ରତିନିଧି ହୋଇଥିବାରୁ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons