ଡିସେମ୍ବର ୧ରୁ ଆଉ ଥରେ ଟ୍ରାଫିକ୍ ଧରପଗଡ, ଆରଟିଓ ଅଫିସରେ ଲାଗିଲାଣି ଲମ୍ବା ଲାଇନ୍

Get real time updates directly on you device, subscribe now.

ଭୁବନେଶ୍ବର: ପୁରି ଆସୁଛି ଡେଡ୍ ଲାଇନ୍ । ହାତରେ ଆଉ ମାତ୍ର ୧୦ ଦିନ । ଡିସେମ୍ବର ୧ରୁ କଡ଼ାକଡି ହେବ ଟ୍ରାଫିକ ନିୟମ । ପୁଣି ମାଡିବସିବ ଟ୍ରାଫିକ ଜମ । ଏହା ପୂର୍ବରୁ ପୁଣି ଲୋକଙ୍କ ମନରେ ଛାନିଆ ପଶିଗଲାଣି । ତେଣୁ ଆରଟିଓ ଅଫିସ ଆଗରେ ଗହଳି ଦେଖିବାକୁ ମିଳିଛି । ଟ୍ରାଫିକ୍ ନିୟମ କୋହଳ ନେଇ ସରକାରଙ୍କ ନିଷ୍ପତ୍ତି ସରିଯାଉଛି । ଏହାପରେ ପୁଣି ଥରେ କଡାକଡି ଭାବେ ଲାଗୁ ହେବ ଟ୍ରାଫିକ୍ ନିୟମ ।
ସରକାରଙ୍କ ନିୟମ ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ୨ ହଜାରରୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଜରିମନା ଦେବାକୁ ପଡିବ । ସେଥିପାଇଁ ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ରେଜିଷ୍ଟ୍ରେସନ ନମ୍ବର ଓ ପଲ୍ୟୁସନ ସାର୍ଟିଫିକେଟ୍ କରିବାକୁ ବିଭିନ୍ନ ଆରଟିଓରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ ।
ଗତ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହୋଇଥିଲା ଏକକ ଟ୍ରାଫିକ୍ ବ୍ୟବସ୍ଥା । ନୂଆ ମୋଟର ଯାନ ଆଇନ-୨୦୧୯ ଅନୁସାରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଥିଲା । ନୂଆ ଟ୍ରାଫିକ୍ ନିୟମକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିଲା । ଫଳରେ ତିନି ମାସ ଲାଗି ଟ୍ରାଫିକ୍ କଟକଣା କୋହଳ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମଦ୍ୟପାନ କରି ଗାଡି ଚଲାଇଲେ ୧୦ହଜାର ଟଙ୍କା, ଆମ୍ବୁଲାନ୍ସକୁ ବାଟ ନଛାଡିଲେ ୧୦ହଜାର ଟଙ୍କା, ସିଟ୍ ବେଲ୍ଟ ନ ବାନ୍ଧିଲେ ୫ ହଜାର ଟଙ୍କା, ମୋବାଇଲରେ କଥା ହେଲେ ୫ ହଜାର ଟଙ୍କା, ଓଭରଟେକ କଲେ ୧୦ ହଜାର ଟଙ୍କା, ହେଲମେଟ୍ ନପିନ୍ଧିଲେ ୧ ହଜାର, ବାଇକରେ ୨ଜଣରୁ ଅଧିକ ଗଲେ ୧ ହଜାର, ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ଏଥିସହ ଶବ୍ଦ ଓ ବାୟୁ ପ୍ରଦୂଷଣ କଲେ ଏବଂ ପରିମିଟ୍ ନଥାଇ ଗାଡି ଚଳାଇଲେ ୧୦ ହଜାର ଜରିମାନା ଦେବେ ଉଲଂଘନକାରୀ । ୧୮ ବର୍ଷରୁ କମ୍ ପୁଅ କି ଝିଅ ଗାଡି ଚଲାଇଲେ ସେମାନଙ୍କ ଅଭିଭାବକ ୨୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons