ଡିସ୍‌ଚାର୍ଜ ହେଲେ ପ୍ରଥମ କରୋନା ଆକ୍ରାନ୍ତ

Get real time updates directly on you device, subscribe now.

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟର ପ୍ରଥମ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ଓ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚର୍ଜ କରାଯାଇଛି। ତାଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ବିଭାଗ କ୍ୟାପିଟାଲ୍ ହସ୍‌ପିଟାଲ୍‌ର ମେଡିକାଲ୍ ଟିମ୍‌କୁ ଅଭିନନ୍ଦନ ଜଣାଇଛି।ଏହା ପୂର୍ବରୁ ଏପ୍ରିଲ୍ ୧ ତାରିଖରେ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ଯୁବକଙ୍କୁ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। ସେ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ଇଟାଲୀରେ ଥିଲେ। ତାଙ୍କ ଘର ଭୁବନେଶ୍ୱରରେ। ସେହିପରି ଦ୍ୱିତୀୟ ଆକ୍ରାନ୍ତ ବ୍ରିଟେନ୍‌ରୁ ଫେରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons