ବଲାଙ୍ଗୀର, (ବି.ବି.ନୁ୍ୟଜ୍):ଆସନ୍ତା ନଭେମ୍ୱର ମାସରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବା ଡାଏଟର ଡି.ଏଲ.ଇ.ଡି ପ୍ରଥମ ଓ ଦ୍ୱତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଟିତ ହେବ । ୫୦ ଶତକଡା ପରୀକ୍ଷା ଅଫଲାଇନ ଏବଂ ୫୦ ଶତକଡା ପରୀକ୍ଷା ଅନଲାଇନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ପରୀକ୍ଷା ଅନଲାଇନରେ କରିବାକୁ ଦାବୀ କରି ପ୍ରତିଷ୍ଠାନ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ସମୟରେ ପ୍ରତିଷ୍ଠାନକୁ ଆସି ପରୀକ୍ଷା ଦେବା ଯୋଗୁଁ ସଂକ୍ରମଣ ବଢିବାର ସମ୍ଭାବନା ଦେଖାଦେଇଛି । ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଡି.ଏଲ.ଇ.ଡି ପରୀକ୍ଷା ଦେବାକୁ ଥିବାରୁ ସହର ଭିତରେ କରୋନା ଯୋଗୁଁ ରହିବା ପାଇଁ ମଧ୍ୟ କୌଣସି ସୁବିଧା ନାହିଁ । ଏଭଳି ପରିସ୍ଥିତିରେ ଅନଲାଇନ ପରୀକ୍ଷା କରିବା ପାଇଁ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ଦାବୀକୁ ଯୁକ୍ତି ଯୁକ୍ତ କହିବା ସହିତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଡାଏଟ ର ଅଧ୍ୟକ୍ଷ ।
Comments are closed, but trackbacks and pingbacks are open.