ଡୋକରି ପୀଠକୁ ସଂଯୋଗ ହେଲା ବିଜୁସେତ

Get real time updates directly on you device, subscribe now.

କୋକସରା,(ବି.ବି.ନୁ୍ୟଜ୍): ଜୟପାଟଣା ବ୍ଲକ୍ ତାଳଗୁଡ଼ାଠାରେ ଶନିବାର ଚାଞ୍ଚଳ ନାଳ ଉପରେ ଆଜି ବିଜୁ ସେତୁ ଉଦ୍ଘାଟିତ ହୋଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଏହାକୁ ଉଦ୍ଘାଟନ କରିବା ସହ ଜୟପାଟଣ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି ବୋଲି ପ୍ରକାଶ କରିଛନ୍ତି । ଏହି ପୋଲ ଯୋଗୁଁ ମା ଡୋକରି ପୀଠକୁ ରାସ୍ତା ସୁଗମ ହୋଇଯାଇଛି ।
ଏହି ଅବସରରେ ବିଧାୟକ ଶ୍ରୀ ଦିଶାରୀ କହିଛନ୍ତି, ମା ଡୋକରି ହେଉଛନ୍ତି ଜନମାନସର ଆରାଧ୍ୟ ଦେବୀ । ଜୟପାଟଣା ବ୍ଲକ ତାଳଗୁଡ଼ଠାରେ କେଉଁ ଏକ ଆବାହମାନ କାଳରୁ ପୂଜିତ । ତେବେ ଏହି ପୀଠକୁ ଶ୍ରଦ୍ଧାଳୁଙ୍କ ଯିବା ପାଇଁ ବାଧକ ଥିଲା ଚାଞ୍ଚଳ ନାଳ । ବହୁ କଷ୍ଟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଯାଉଥିଲେ । ନାଳରେ ଏକ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷରୁ ଦାବି କରି ଆସୁଥିଲେ । ଏହାକୁ ଗୁରୁତ୍ୱ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ଼ ଅଧିନରେ ୨ କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରି ଏହି ପୋଲ ନିର୍ମାଣ କରାଯାଇଛି । ପୂର୍ବରୁ ମା ଙ୍କ ପୀଠ କୁ ଯିବାପାଇଁ ଅନେକ ଅସୁବିଧା ହେଉଥିଲା । ଏହାସହ ତାଳଗୁଡ଼ ଗାଁକୁ ମଧ୍ୟ ସହଜରେ ଗମନାଗମନ ପାଇଁ ବାଟ ଖୋଲିଛି । ଆଜି ଏହି ସେତୁ ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଜିତେନ୍ଦ୍ର ନାରାୟଣ, ସତ୍ୟନାରାୟଣ ଅଗ୍ରୱାଲ, ପ୍ରଭାକର ପଟ୍ଟନାୟକ, ଶେଷଦେବ ବେହେରା, ଋତୁରାଜ ମାଝୀ, ମିନିକେତନ ପୁଝାରୀ, ଶୈଳେନ୍ଦ୍ର ରାଜ, ନିବାସ ଅଲ୍ଲୀ, ସୁଦର୍ଶନ ଦାସ, ଲବଣ୍ୟ ବାଣୁଆ, ମୁଖୀଗୁଡା ସରପଞ୍ଚ ପ୍ରତିନିଧି କର୍ଣ୍ଣାତ ମାଝୀ ଓ ଅଞ୍ଚଳବାସ ଉପସ୍ଥିତ ଥିଲେ । ଏହି ସେତୁ ଉଦ୍ଘାଟିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons