ଡ୍ରାଇଭରଙ୍କୁ ମାରି ଟ୍ରକ ନେଇଗଲେ:ଧରା ପଡ଼ିଲା ଜଣେ ଆଉ ୩ ଫେରାର୍

Get real time updates directly on you device, subscribe now.

ବଡ଼ଚଣା: ଡ୍ରାଇଭରଙ୍କୁ ହତ୍ୟା କରି ଟ୍ରକ ଲୁଟି ନେଲେ ଦୁର୍ବୃତ୍ତ। ବୁଧବାର ବଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥରେ ଶ୍ରୀରାମପୁର ଟୋଲ୍‌ଗେଟ୍ ଅଞ୍ଚଳରେ ଥିବା ଏକ ଦଳ ଗାଡ଼ିଆରୁ ହାତଗୋଡ଼ ବନ୍ଧାଥିବା ଟ୍ରକ ଡ୍ରାଇଭରଙ୍କ ମୃତଦେହକୁ ପୋଲିସ୍‌ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଜୟରାମ ବାରିକଙ୍କ ପୁଅ ବଳରାମ ବାରିକ।
ପୋଲିସର ସୂଚନା ମୁତାବକ ମୃତ ବଳରାମ ଏକ ୧୪ ଚକିଆ ଟ୍ରକରେ ପ୍ଲାଷ୍ଟିକ ପ୍ରାଇମର ଲୋଡ଼ କରି ପାରାଦୀପରୁ କୋଲକାତା ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ହାତଗୋଡ ବାନ୍ଧି ପାଣିରେ ବୁଡ଼ାଇ ବୁଡ଼ାଇ ହତ୍ୟା କରିଛନ୍ତି। ଏହା ପରେ ଟ୍ରକଟିକୁ ଦୁର୍ବୃତ୍ତମାନେ ଅନୁଗୁଳ ନେଇ ଯାଇଥିଲେ। ଟ୍ରକ​‌ରେ ଲାଗିଥିବା ଜିପିଏସ ମାଧ୍ୟମରେ ଟ୍ରକ ମାଲିକ ଜାଣି ପାରି ଅନୁଗୁଳ ପୋଲିସ୍‌ ଖବର ଦେଇଥିଲେ।
ଡ୍ରାଇଭରଙ୍କ ହତ୍ୟାରେ ସଂପୃକ୍ତ ଥିବା ଚାରିଜଣଙ୍କ ମଧ୍ୟରୁ ପୋଲିସ୍‌ ଜଣଙ୍କୁ ଗିରଫ କରିଛି। ଅନ୍ୟ ତିନିଜଣ କୁଆଡ଼େ ଫେରାର୍ ହୋଇଯାଇଛନ୍ତି। ଏହା ପରେ ଗିରଫ ଅଭିଯୁକ୍ତକୁ ପୋଲିସ୍‌ ପଚରାଉଚାର କରିଥିଲା। ଏହା ପରେ ଗିରଫ ଅଭିଯୁକ୍ତ ସବୁ ସତ ଓଗାଳି ଥିଲା। ଏପରି କି ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରି କେଉଁଠି ପିଙ୍ଗିଛନ୍ତି ସେହି ସଂପର୍କରେ ମଧ୍ୟ ସେ କହିଥିଲା। ଏହା ପରେ ଧର୍ମଶାଳା ପୋଲିସ ଦଳଗାଡ଼ିଆରୁ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ହସ୍ପିଟାଲକୁ ପଠାଇଛି ଧର୍ମଶାଳା ପୋଲିସ୍‌। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ ହେବେ ବୋଲି ପୋଲିସ ସୂଚନା ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons