ଡ୍ରେନ୍ ଉପରେ ପାଚେରୀ ନିର୍ମାଣ ଅଭିଯୋଗ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ):ପୌରସଂସ୍ଥାର ଡ୍ରେନ ଉପରେ ବେଆଇନ ଭାବେ ପାଚେରୀ ନିର୍ମାଣ କରାଯାଉଛି । ଯାହାଫଳରେ ଆଗାମୀ ଦିନରେ ଦୂଷିତ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି କରିବ । ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପାଚେରି ନିର୍ମାଣ କରୁଥିବା ବ୍ୟାଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ନିଆଯାଉ । ଏ ସମ୍ପର୍କରେ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟଙ୍କୁ ଜଣାଇଛନ୍ତି ଆଇନଜୀବୀ ହରୀଶଚନ୍ଦ୍ର ମୁଦୁଲି ।
ଶ୍ରୀ ମୁଦୁଲି କହିଛନ୍ତି, ସ୍ଥାନୀୟ ଗୋÂୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ରାଜସ୍ୱ ବିଭାଗର ଜମିକୁ ଲିଜ୍ରେ ନେଇଛି ଏସ୍ବିଆଇ । ସେଠାରେ ଏବେ ପାଚେରି ନିର୍ମାଣ କରୁଛି । କିନ୍ତୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟି ନ ଦେଇ ଡ୍ରେନ ଉପରେ ପାଚେରି ନିିର୍ମାଣ କରିଦେଇଛି । ଗୋପବନ୍ଧୁ ନଗର ସହ ଟିଚର୍ସ କଲୋନିର ଦୂଷିତ ପାଣି ଏହି ଡ୍ରେନରେ ନିଷ୍କାସନ ହେଉଛି । କିନ୍ତୁ ଏହା ଉପରେ ପାଚେରି ନିର୍ମାଣ କରାଯାଉଥିବାରୁ ସମସ୍ୟା ଦେଖାଦେଇଛି । ଗୋଟିଏ ପଟେ ଠିକ୍ ଭାବେ ପାଣି ନିଷ୍କାସନ ହେବ ନାହିଁ, ଅନ୍ୟ ପଟେ ଏହାକୁ ସଫେଇ କରିବାରେ ସମସ୍ୟା ହେବ । କୌଣସି ପରିସ୍ଥିତିରେ ଡ୍ରେନର ଦୂଷିତ ପାଣିକୁ କେହି ଅଟକାଇ ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ । ଏହା ଆଇନ ବିରୁଦ୍ଧ କାର୍ଯ୍ୟ । ଏ ସମ୍ପର୍କରେ ପାଚେରୀ ନିର୍ମାଣ କରୁଥିବା ଠିକାଦାରଙ୍କୁ କହିଲେ ମଧ୍ୟ ଶୁଣୁନାହାନ୍ତି । ଏହାର ତଦନ୍ତ କରାଯାଉ ଏବଂ ଡ୍ରେନ କିପରି ସୁରକ୍ଷିତ ରହିବ, ଏଥିପାଇଁ ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons