ଡ. ସ୍ମୃତିପ୍ରଭା ସାମନ୍ତରାୟଙ୍କ ପୁସ୍ତକ ଉନ୍ମୋଚିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୂର୍ବତନ ବରିÂ ବିଜ୍ଞାନୀ ଡ. ସ୍ମୃତିପ୍ରଭା ସାମନ୍ତରାୟଙ୍କ ଦ୍ୱାରା ଲିଖିତ ପୁସ୍ତକ ଈସକ୍ଟଜ୍ଞରୟସମବକ୍ଷ ଡବଗ୍ଦଗ୍ଧର ଗବଦ୍ଭବଶରଜ୍ଞରଦ୍ଭଗ୍ଧ ଓ ଏକ ବୁକ୍ଲେଟ୍ ଗୁରୁବାର ଉନ୍ମୋଚିତ ହୋଇଛି । କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ନିୟମାବଳୀକୁ ଆଧାର କରି ଆଜି ପୂର୍ବାହ୍ଣରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କନ୍ଫରେନ୍ସ ହଲ୍ରେ ଭର୍ଚୁଆଲ୍ ମାଧ୍ୟମରେ ଏହାର ଉନ୍ମୋଚନ କରାଯାଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ତଥା ବରିÂ ଆଇଏଫ୍ଏସ୍ ଅଧିକାରୀ ଡ. କେ. ମୁରୁଗେସନ ପୁସ୍ତକ ଓ ବୁକ୍ଲେଟ୍ର ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୋର୍ଡର ବହୁ ବରିÂ ଅଧିକାରୀ ଉପସ୍ଥିତ ଥିଲେ । ଏହି ପୁସ୍ତକଟିରେ ଡାକ୍ତରଖାନାରୁ ନିର୍ଗତ ହେଉଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନାର ସମସ୍ତ ନିୟମାବଳୀକୁ ସରଳ ଭାଷାରେ ବୁଝାଇ ଦିଆଯାଇଛି । ବୁକ୍ଲେଟ୍ଟି ସମ୍ପୂର୍ଣ୍ଣ କୋଭିଡ୍-୧୯ ବର୍ଜ୍ୟବସ୍ତୁର ପରିଚାଳନା ବିଷୟରେ ସଂକ୍ଷେପରେ ଲେଖାଯାଇଛି । ୧୧୪ ପୃÂା ବିଶିଷ୍ଟ ଏହି ପୁସ୍ତକର ମୂଲ୍ୟ ୨୫୦ ଟଙ୍କା ରହିଛି । ପୁସ୍ତକ ଓ ବୁକ୍ଲେଟ୍କୁ ପାଇବା ପାଇଁ ‘ବିଶ୍ୱଲେଖା’ ପ୍ରକାଶକ ଦେବେନ୍ଦ୍ର କୁମାର ରାଉତଙ୍କୁ ମୋବାଇଲ୍ ନମ୍ବର ୯୪୩୭୭୫୬୭୪୫ରେ ଯୋଗାଯୋଗ କରିପାରନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons