ଢେଙ୍କାନାଳ,(ବି.ବି.ନୁ୍ୟଜ): ଶନିବାରଠାରୁ ସାରାଦେଶରେ ମହାମାରୀ କରୋନାର ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଟିକାକରଣର ଶୁଭାରମ୍ଭ କରିବା ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଟିକାକରଣ କକ୍ଷରେ ଆରମ୍ଭ ହୋଇଥିଲା କରୋନା ପ୍ରତିଷେଧକ ଟିକାକରଣ ପ୍ରକ୍ରିୟା । ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ସୂର୍ଯ୍ୟମଣି ନାଏକ ଟିକା ନେଇଥିଲେ । ଆଜି ଜିଲ୍ଲାର ୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ୍ ୨୨୩ ଜଣ ଟିକା ନେଇଥିବା ଜଣାପଡିଛି । ଟିକା ନେବାପରେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ସୁଜାତାରାଣୀ ମିଶ୍ର, ଡିପିଏମ୍ ସୋନାଲି ପ୍ରିୟଦର୍ଶିନୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଟିକାକରଣ ବେଳେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ୬୯ ଜଣଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇଛି ।
ସେହିପରି କାମାକ୍ଷାନଗର ବ୍ଲକ୍ ଅଁଳାବରେଣୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ନରୋତ୍ତମ ବେହେରା, ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଟିକାକରଣ କରାଯାଇଥିଲା । ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଲକ୍ଷ୍ମୀ ନାରାୟଣ ଦାସଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଏହି କେନ୍ଦ୍ରରେ ଆଜି ପ୍ରଥମ ଦିନରେ ୩୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ପ୍ରଦାନ କରାଯାଇଥିଲା ।
ହିନେ୍ଦାଳ ଉପଖଣ୍ଡ ଚିକିତ୍ସାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଟିକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ହିନେ୍ଦାଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଉପଖଣ୍ଡ ଚିକିତ୍ସାଧିକାରୀ ଡା.ସୁଧାଂଶୁ ଶେଖର ଦାସଙ୍କ ସମେତ ଡାକ୍ତରଖାନାର କର୍ମଚାରୀମାନେ ଉପସ୍ଥିତ ଥିଲେ । ଡାକ୍ତରଖାନାର ଅସ୍ଥାୟୀ କର୍ମଚାରୀ ଅଭିରାମ ନାଏକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଆଜି୬୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣରେ ସାମିଲ୍ କରାଯାଇଥିଲା ସେହିପରି ଢେଙ୍କାନାଳ ସହରାଞ୍ଚଳର କାଠଗଡା ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାଠଗଡ଼ା ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ୫୮ ଜଣଙ୍କୁ ଆଜି ଏହି ଟିକା ପ୍ରଦାନ କରାଯାଇଛି ।
ଟିକାକରଣ ପରେ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ସେମାନଙ୍କଠାରେ କୌଣସି ପ୍ରକାରର ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇ ନଥିଲା । ଟିକାକରଣ ସମୟରେ ଟିକା ନେଇଥିବା ସମସ୍ତ ବ୍ୟକ୍ତି କୌଣସି ପ୍ରକାର କଷ୍ଟ ବା ପ୍ରତିକ୍ରିୟା ଅନୁଭବ କରି ନଥିବା ଜିଲ୍ଲାପାଳ ପ୍ରକାଶ କରିବା ସହିତ ଏହା ସମ୍ପୂର୍ଣ୍ଣ ନିରାପଦ ଅଟେ ବୋଲି ପ୍ରକାଶ କରିଛନ୍ତି । ଏଣୁ ପରବର୍ତ୍ତୀ ସମୟରେ ବିନା ଦ୍ୱିଧାରେ ଟିକା ଗ୍ରହଣ କରିବାକୁ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ୭ ହଜାର ୭୨୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥିନିମନ୍ତେ ୫ ହଜାର ଡୋଜ୍ କୋଭାସିଲ୍ଡ ଟିକା ଆସି ପହଞ୍ଚିଛି । ଏହି ଟିକା ପ୍ରଥମ ପର୍ଯ୍ୟାୟରେ ୫ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ସେମାନଙ୍କ ମଧ୍ୟରେ ଡାକ୍ତର, ଫାର୍ମାସିଷ୍ଟ୍, ପାରାମେଡିକାଲ୍ ଷ୍ଟାଫ୍, ଆଶା, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ ଅନ୍ତର୍ଭୁକ୍ତ ରହିଛନ୍ତି ।
Comments are closed, but trackbacks and pingbacks are open.