ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଦେଶର ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଦ ଗ୍ରେଟ୍ ଡାଏମଣ୍ଡ୍ ସେଲ୍’ । ଏହି ଅବସରରେ ଗ୍ରାହକ ତନିସ୍କର ହୀରା ଗହଣା ଉପରେ ୨୦ଧ ପର୍ଯ୍ୟନ୍ତ ରିହାତି ପାଇପାରିବେ । ତନିସ୍କ ଏହାର ଆଉଟ୍ଲେଟ୍ ଗୁଡ଼ିକରେ ହୀରା ଗହଣାର ସର୍ବବୃହତ ସମ୍ଭାରକୁ ଉପସ୍ଥାପିତ କରିବ । ଏହି ସେଲ୍ ସୀମିତ ସମୟ ପାଇଁ ଉପଲବ୍ଧ ହେବ । ସୀମିତ ସମୟ ପାଇଁ କୁନ୍ଦନ ପୋଲ୍କି ଓ ଖୋଲା ପୋଲ୍କି ଗହଣାର ଗଢ଼ା ମୂଲ୍ୟ ଉପରେ ୨୫ଧ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ।
ପ୍ରଥମ ଥର ପାଇଁ ଏହି ଡାଏମଣ୍ଡ୍ ସେଲ୍ରେ ତନିସ୍କର ନୂଆ ଆକର୍ଷଣୀୟ ସମ୍ଭାର ଅହଲ୍ୟା ସାମିଲ ହେବ ଯାହା ହେଉଛି ହୀରା ଏବଂ ରଙ୍ଗିନ ରôତପଥରର ଏକ ଚିତାକର୍ଷକ କଲେକ୍ସନ । ସେଲ୍ରେ ସାମିଲ ହେବାକୁ ଥିବା ଅନ୍ୟ ସମ୍ଭାରଗୁଡ଼ିକ ହେଉଛି ରେଡ୍ କାର୍ପେଟ, ପ୍ରିନ୍, ସ୍ୱୟମ ଏବଂ ସଦ୍ୟତମ ରିଭାହ ବ୍ରାଇଡ୍ସ କଲେକ୍ସନ ଇତ୍ୟାଦି । ହୀରା ଗହଣା କିଣିବାର ଏହା ପ୍ରକୃଷ୍ଟ ସମୟ ବୋଲି ସୋ’ରୁମ୍ ପକ୍ଷରୁ ପ୍ରକାଶ । ଅଫର ବିଷୟରେ ଟାଇଟନ୍ କମ୍ପାନି ଲିମିଟେଡ୍ର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ( ମାର୍କେଟିଂ, ଗହଣା ଡିଭିଜନ୍) ଦୀପିକା ସଭର୍ୱାଲ ତିୱାରି କହିଛନ୍ତି ଯେ, ଗୋଟିଏ ଛାତ ତଳେ ଆମେ ଶ୍ରେଷ୍ଠ ମୂଲ୍ୟରେ ଆମର ଶ୍ରେଷ୍ଠ ହୀରା ଗହଣା ଆଣିଛୁ, ଯାହାର ଲକ୍ଷ୍ୟ ହେଉଛି ପ୍ରତିଟି ମହିଳାଙ୍କ ଗହଣାରେ ତନିସ୍କର ହୀରାକୁ ସାମିଲ କରିବା ।
Comments are closed, but trackbacks and pingbacks are open.