ନାଉଗାଁ, (ବି.ବି.ନୁ୍ୟଜ୍):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଫିସ କୁ ଯିବା ରାସ୍ତା ଖାଲ ଖମାରେ ପୂର୍ଣ୍ଣ । ୧୦/୨୦ ବର୍ଷ ହେବ ଏହି ରାସ୍ତାର ଆଦୌ ମରାମତି ହୋଇନାହିଁ । ୧୬ ଟି ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କାର୍ୟ୍ୟାଳୟ,ତହସିଲ ଏବଂ ନାଉଗାଁ ପଞ୍ଚାୟତ ସମିତି ଅଫିସ କୁ ଯିବା ପାଇଁ ଏହା ହେଉଛି ମୁଖ୍ୟ ରାସ୍ତା । ତେବେ ପ୍ରଶାସନ ଏହି ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ଯତ୍ନଶୀଳ ନଥିବା କହିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା ଅବସ୍ଥା ଠାରୁ ବଳିପଡିଛି ଏଠିକାର ସରକାରୀ କାର୍ୟ୍ୟାଳୟ ଓ ବାସଭବନର ସ୍ଥିତି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଫିସ୍ ସଂପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ରହିଛି । ତହସିଲ କ୍ବାଟରରେ କେହି ଷ୍ଟାଫ୍ ରହୁନଥିବା ଜଣାପଡିଛି । ରାସ୍ତା ସଂପର୍କରେ ସ୍ଥାନୀୟ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ତିର୍ତୋଲ ଉପନିର୍ବାଚନ କୋର୍ଡ ଅଫ୍ କଣ୍ଡକ୍ଟ ଉଠିବା ପରେ ରାସ୍ତା କାମ ହେବ ବୋଲି କହିଥିଲେ ।
Comments are closed, but trackbacks and pingbacks are open.