ତାପି ଧରି ଇଟା ଯୋଡ଼ିଲେ ବିଡିଓ

Get real time updates directly on you device, subscribe now.

ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ତାପି ଧରି ଆବାସ ଯୋଜନା ଘର ଇଟା ଯୋଡେଇ କଲେ ବିଡିଓ । ହିତାଧିକାରୀଙ୍କ ସମସ୍ୟା ବି ପଚାରି ବୁଝିଲେ । ଛୁଟି ଦିନରେ ଏଭଳି ଲୋକ ସମ୍ପର୍କ ସୃଷ୍ଟିକରି ନିଆରା କାମ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ପ୍ରଶାନ୍ତ କୁମାର ରାଉତ । ଶ୍ରୀ ରାଉତଙ୍କ ଏହି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଅଧିକାରୀଙ୍କ ଏଭଳି ବିକାଶମୂଳକ ଚିନ୍ତାଧାରା ବ୍ଲକ ପାଇଁ ଶୁଭଙ୍କର ବୋଲି କହିଛନ୍ତି ।
ସୂଚନା ଅନୁସାରେ, ଶନିବାର ସରକାରୀ ଛୁଟିଦିନ ସତ୍ତେ୍ୱ ସକାଳୁ ଶ୍ରୀ ରାଉତ ପାଲିଆ ପଞ୍ଚାୟତ ଅମଲାଯୋଡି ଗାଁକୁ ଗସ୍ତ କରିଥିଲେ । ଏଠାରେ ଲୋକଙ୍କ ସମସ୍ୟା ପଚାରି ବୁଝିବା ଶ୍ରୀ ରାଉତଙ୍କର ଲକ୍ଷ୍ୟ ଥିଲା । ଏହି ସମୟରେ ଆବାସ ଯୋଜନା ହିତାଧିକାରୀ ହୀରାବତୀ ଗୌଡଙ୍କୁ ଭେଟିଥିଲେ । ତାଙ୍କ ସୁଖଦୁଃଖ ସମ୍ପର୍କରେ ପଚାରି ବୁଝିଥିଲେ । ହୀରାବତୀଙ୍କ ନାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ କାମ ଅନୁଧ୍ୟାନ କରିଥିଲେ । ନିର୍ମାଣ କାମ ଚାଲିଥିବା ବେଳେ ଶ୍ରୀ ରାଉତ ନିଜେ ତାପି ଧରି ସିମେଣ୍ଟ ଦେଇ କାନ୍ଥରେ ଇଟା ଯୋଡେ଼ଇ କରିଥିଲେ । ବିଡିଓଙ୍କ ଏଭଳି ଉଦ୍ୟମକୁ ଉପସ୍ଥିତ ଲୋକ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଗରିବ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଉଦ୍ୟମ ଆଗକୁ ଜାରି ରହିବ ବୋଲି ଶ୍ରୀ ରାଉତ ପ୍ରତିକ୍ରିୟାରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons