ତାରପୁର ପୋଲରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ

Get real time updates directly on you device, subscribe now.

ରଘୁନାଥପୁର, (ବି.ବି.ନୁ୍ୟଜ): ଆଜି ସକାଳେ ତାରପୁର ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ଯୁବକ ନଦୀକୁ ଡେଇଁ ପଡିଛନ୍ତି । ନଦୀକୁ ଡେଇଁଥିବା ଯୁବକ ଜଣଙ୍କ କିଏ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ପୋଲ ଉପରେ ଥିବା ସାଇକେଲରୁ ସେ ରଘୁନାଥପୁର ଥାନା ଅନ୍ତର୍ଗତ ଅଢେଇକୂଳ ଗ୍ରାମ ପଞ୍ଚାୟତ ନୂଆପଲେଇ ଗ୍ରାମର ଭାଗ୍ୟଧର ବିଶ୍ୱାଳଙ୍କ ପୁଅ ଅକ୍ଷୟ କୁମାର ବିଶ୍ୱାଳ (୪୫) ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ଖବର ପାଇ ରଘୁନାଥପୁର ଓ ତିର୍ତ୍ତୋଲ ଦମକଳ କର୍ମଚାରୀମାନେ ନଦୀରେ ଖୋଜାଖୋଜି କରୁଥିଲେ ବି ରିପୋର୍ଟ ଲେଖାଯିବା ସୁଦ୍ଧା ତାଙ୍କୁ ଠାବ କରାଯାଇପାରିନି । ତେବେ ସେ କ’ଣ ପାଇଁ ନଦୀକୁ ଡେଇଁଲେ ତାର କାରଣ ଜଣାପଡି ନ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ପାଟକୁରା ବାମରାର ପ୍ରତାପ ସେଠୀ ନିଜ ବାଇକ୍ର ପଲୁ୍ୟସନ ସାର୍ଟିଫିକେଟ ପାଇଁ ତାରପୁର ବଜାରକୁ ଆସିଥିଲେ । ସାର୍ଟିଫିକେଟ୍ ନେଇ ଘରକୁ ଗଲାବେଳେ ତାରପୁର ପୋଲ ଉପରେ ୪୦ ରୁ ୪୫ ବର୍ଷ ବୟସର ଜଣେ ଯୁବକ ପୋଲ ଉପରେ ସାଇକେଲ୍ ରଖି ହଠାତ୍ ମହାନଦୀକୁ ଡେଇଁ ପଡିଥିଲେ । ଶ୍ରୀ ସେଠୀ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଡାକ ପକାଇବା ସହିତ ଜରୁରିକାଳୀନ ନମ୍ବର ୧୦୦ ଏବଂ ୧୦୧ କୁ ଜଣାଇଥିଲେ । ଖବର ପାଇ ରଘୁନାଥପୁର ଅଗ୍ନିଶମବାହିନୀର ଅଧିକାରୀ ସୁରେଶ କୁମାର ବାରିକ ଓ ତିର୍ତ୍ତୋଲ ଅଗ୍ନିଶମ ବାହିନୀର ଅଧିକାରୀ କାର୍ତ୍ତିକ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଦୁଇଟି ଟିମ୍ ବୋଟ୍ରେ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନାହିଁ । ଏହି ଖବର ପ୍ରଚାରିତ ହେବା ପରେ ରଘୁନାଥପୁର ଥାନା ଅନ୍ତର୍ଗତ ଅଢେଇକୁଳ ପଞ୍ଚାୟତ ନୂଆପଲେଇ ଗ୍ରାମର ଭାଗ୍ୟଧର ବିଶ୍ୱାଳଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ଘଟଣାସ୍ଥଳରେ ପହଞ୍ଚô ପୋଲ ଉପରେ ଥିବା ସାଇକେଲକୁ ଚିହ୍ନଟ କରି ନଦୀକୁ ଡେଇଁଥିବା ଯୁବକ ଜଣଙ୍କ ତାଙ୍କ ପୁଅ ଅକ୍ଷୟ ବୋଲି କହିଛନ୍ତିି । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ମଧ୍ୟାହ୍ନରୁ ଅକ୍ଷୟ ଘରୁ ବାହାରି ଆସିଛନ୍ତି । ତାଙ୍କ ମାମୁଙ୍କର ଏକ ଦୋକାନ କଟକ ଖାନନଗରରେ ଥିବାରୁ ସେଠାକୁ ଅକ୍ଷୟ ବେଳେବେଳେ ଯା’ଆସ କରନ୍ତି । ହେଲେ ଗତକାଲିଠାରୁ ଘରୁ ବାହାରି ଆସିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ । ତେବେ ନିଖୋଜ ଯୁବକ ଜଣଙ୍କ ଅକ୍ଷୟ ନା ଆଉ କିଏ ଉଦ୍ଧାର ପରେ ଜଣାପଡିବ ବୋଲି ରଘୁନାଥପୁର ପୁଲିସ କହିଛି । ଖବର ପାଇ ରଘୁନାଥପୁର ଆଇଆଇସି ବବିତା ଦଳେଇ, ଏସ୍ଆଇ ଚିନ୍ମୟ ରଞ୍ଜନ ପାଣି ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଚଳାଇଛନ୍ତି । ନିଖୋଜ ଯୁବକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ଅଢେଇକୂଳ ସରପଞ୍ଚ ଶେଷଦେବ ସେଠୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons