ତାଲା ଭାଙ୍ଗି ଶିକ୍ଷୟିତ୍ରୀଙ୍କ ଘରୁ ଚୋରି

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ତାଲା ଭାଙ୍ଗି ଶିକ୍ଷୟିତ୍ରୀଙ୍କ ଘରୁ ଚୋରି । ପାଖାପାଖି ୩ ଲକ୍ଷ ଟଙ୍କାର ଗହଣା ଓ ୨୦ ହଜାର ଟଙ୍କା ନେଇ ନେଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ନୀଳକଣ୍ଠ ନଗରରେ । ଅଭିଯୋଗ ପରେ ପୁଲିସ ଖୋଳତାଡ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ, ନୀଳକଣ୍ଠ ନଗରର ଶିକ୍ଷୟିତ୍ରୀ କୁନ୍ତୀ ବିଷୋୟୀ କୌଣସି କାମରେ ବାହାରକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ଗ୍ରୀଲ ତାଲା ଭାଙ୍ଗି ଘରେ ପଶିଥିଲେ । ଅଲମିରାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ସହ ନଗଦ ୨୦ ହଜାର ଟଙ୍କା ନେଇ ଯାଇଥିଲେ । ସୋମବାର ସକାଳେ ଶିକ୍ଷୟିତ୍ରୀଙ୍କ ପରିବାର ଘରେ ପହଞ୍ଚିବା ପରେ ଏହି ଘଟଣା ଦେଖିଥିଲେ । ଗ୍ରୀଲ ତାଲା ଭାଙ୍ଗି ପଡିଥିବାରୁ ଚୋରି ହୋଇଥିବା ଜାଣିଥିଲେ । ଘରେ ପଶି ଦେଖିବା ବେଳକୁ ଆଲମିରାରୁ ବିଭିନ୍ନ ସାମଗ୍ରୀ ଏଣେତେଣେ ଫିଙ୍ଗା ହୋଇ ପଡିଥିଲା । ସୁନାଗହଣା ସମେତ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିଲେ । ଘଟଣାକୁ ନେଇ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ପଦ୍ମଚରଣ ବିଷୋୟୀ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା ଅଧିକାରୀ ତାରେକ ଅହମ୍ମଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons