ତାଲିବାନର ସ୍ପଷ୍ଟୀକରଣ:ଆଫଗାନ ସରକାରଙ୍କ ସହ ଆଲୋଚନା କରିବୁନି

Get real time updates directly on you device, subscribe now.

କାବୁଲ: ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ନେଇ ସେଠାକାର ସରକାରଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାର ସମ୍ଭାବନାକୁ ତାଲିବାନ ଆଜି ଅସ୍ୱୀକାର କରିଛି । ଗତକାଲି ଆଫଗାନିସ୍ତାନର ଜଣେ ମନ୍ତ୍ରୀ ସୂଚନା ଦେଇଥିଲେ କି ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଆସନ୍ତା ଦୁଇ ସପ୍ତାହ ଭିତରେ ଦୋହା ଠାରେ ସିଧାସଳଖ କଥାବାର୍ତ୍ତା ହେବ । ତେବେ ଆଜି ତାଲିବାନ କହିଛି କି ଯେପର୍ଯ୍ୟନ୍ତ ଆଫଗାନିସ୍ତାନ ମାଟିରୁ ବିଦେଶୀ ସେନା ଅପସାରଣ କରାନଯାଇଛି, ସେପର୍ଯ୍ୟନ୍ତ ସିଏ ଆଫଗାନ ସରକାରଙ୍କ ସହ ଏଭଳି ଆଲୋଚନା କରିବ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons