ତାଳଚେରରେ ପୁଣି ଦବିଲା ମାଟି

Get real time updates directly on you device, subscribe now.

ତାଳଚେର,(ବି.ବି.ନୁ୍ୟଜ୍): ତାଳଚେର ଅଞ୍ଚଳରେ ବୁଧବାର ପୁଣି ମାଟି ଦବିଛି । ଦେଉଳବେଡ଼ା ତେଲିସାହି ନିକଟସ୍ଥ ଚାଷଜମିରେ ୨୦ ଫୁଟ୍ ପରିଧିରେ ପ୍ରାୟ ୫୦ ଫୁଟ୍ ଦବି ଯାଇଛି । ଏହି ଘଟଣାକୁ ନେଇ ତାଳଚେର ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ହାଣ୍ଡିଧୂଆ-ଡେରା ରାସ୍ତା ଅବରୋଧ କରିଥିଲେ । କୌଣସି ପ୍ରକାର ଦୁର୍ଘଟଣା ଏଡ଼ାଇବାକୁ ମାଟି ଧସିଥିବା ଜାଗାରେ ପୁଲିସ ମୁତୟନ ହୋଇଥିବା ବେଳେ ସେ ଅଞ୍ଚଳକୁ କାହାକୁ ଛଡ଼ାଯାଉ ନାହିଁ । ଏମ୍ସିଏଲ୍ର ବରିÂ ଖଣି ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନରେ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ୧୮ ନମ୍ବର ୱାର୍ଡ ତଥା ହାଣ୍ଡିଧୂଆ ନିକଟସ୍ଥ ଦେଉଳବେଡ଼ା ତେଲିସାହିର ନୂଆବନ୍ଧ ନିକଟରେ ଥିବା ଭୋଳେଶ୍ୱର ସାହୁଙ୍କ ଚାଷ ଜମିରେ ହଠାତ୍ ମାଟି ଦବି ଯାଇଥିଲା । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ନୂଆବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ଏହି ମାଟି ଦବିବା ଘଟଣା ସେମାନଙ୍କ ଦୃଷ୍ଟିରେ ପଡ଼ିଥିଲା । ମାଟି ଦବିବା ଖବର ପ୍ରଚାରିତ ହେବା ପରେ ଦେଖିବା ପାଇଁ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । ପୁଲିସ ସେଠାରେ ପହଞ୍ଚି ଘଟଣାସ୍ଥଳକୁ କଡନ କରିବା ସହିତ ସୁରକ୍ଷା ଦୃଷ୍ଟିରୁ କାହାରିକୁ ଛାଡ଼ି ନଥିଲା । ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ହାଣ୍ଡିଧୂଆ-ଡେରା ରାସ୍ତା ଅବରୋଧ କରିଥିଲେ । ଖଣି ଅଧିକାରୀ ଓ ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଏଥିରୁ ନିବୃତ ରହିଥିଲେ । ତାଳଚେରର ହାଣ୍ଡିଧୂଆ ଓ ଡେରା ଭୂଗର୍ଭ କୋଇଲା ଖଣି ଯୋଗୁଁ ମାଟି ଦବୁଥିବା ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ଏହାର କାରଣ ସ୍ପଷ୍ଟ ହୋଇନାହିଁ । ଏମ୍ସିଏଲ୍ର ଅଧ୍ୟକ୍ଷ ଭୋଳାନାଥ ଶୁକ୍ଲା ତାଳଚେର ଗସ୍ତରେ ଥିବା ବେଳେ ଆଜି ବରିÂ ଅଧିକାରୀଙ୍କ ସହ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏମ୍ସିଏଲ୍ ଅତିଥି ଭବନଠାରେ ଗ୍ରାମବାସୀ, ପ୍ରତିନିଧି, ପୁଲିସ ପ୍ରଶାସନ ଓ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ତାଳଚେର ଥାନା ସମ୍ମୁଖ ଜଣେ ବ୍ୟକ୍ତିଙ୍କ ଘରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଗତ ୨ା୩ ବର୍ଷ ଭିତରେ ଏଭଳି ପାଖାପାଖି ୩ଥର ଅଞ୍ଚଳରେ ଗର୍ତ୍ତ ସୃଷ୍ଟି ହୋଇଥିବା ନଜିର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons