ତାଳଚେର ଅଞ୍ଚଳର ଜଣେ ମାନସିକ ରୋଗୀଙ୍କୁ ମଧ୍ୟପ୍ରଦେଶରେ ଭେଟିଲେ ବିଧାୟକ ବ୍ରଜକିଶୋର ପ୍ରଧାନ

Get real time updates directly on you device, subscribe now.

ତାଳଚେର: ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜଣେ ନିଖୋଜ ଯୁବକଙ୍କର ସନ୍ଧାନ ନେଇ ମଧ୍ୟପ୍ରଦେଶରେ ପହଁଚିଛନ୍ତି। ସେଠି ଏକ ସରକାରୀ ଡାକ୍ତରଖାନାରେ ନୁହୁରୀ ବେହେରା ନାମକ ଜଣେ ମାନସିକ ରୋଗୀ ହାତ ଗୋଡ଼ ଭାଙ୍ଗି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ ବ୍ରଜକିଶୋର ତାଙ୍କ ବ୍ରଜନାଥପୁର ଗାଁରୁ ୨ ଜଣଙ୍କୁ ସାଙ୍ଗରେ ନେଇ ଯାଇଛନ୍ତି ମଧ୍ୟପ୍ରଦେଶ। ସେଠି ନୁହୁରୀ ବେହେରାଙ୍କୁ ସାକ୍ଷାତ କରି ସମସ୍ତ ମେଡିକାଲ ଖର୍ଚ୍ଚ ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଆବଶ୍ୟକ ପଡ଼ିଲେ ତାଙ୍କୁ ନିଜ ଗାଁ ବ୍ରଜନାଥପୁରକୁ ଫେରାଇ ଆଣିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ନିଜ ଅଞ୍ଚଳର ଲୋକମାନଙ୍କର ସୁଖ ଦୁଃଖରେ ରହି କାମ କରିବାର ପରାମର୍ଶକୁ ପ୍ରମାଣ କରି ଦେଖାଇଛନ୍ତି ବ୍ରଜକିଶୋର ପ୍ରଧାନ। ଆଉ ତାଙ୍କର ଏହି ଜନସେବା ପାଇଁ ରହିଛି ଅନେକ ଖ୍ୟାତି। ସେଥିପାଇଁ ସେ ବାପୁ ଭାଇ ନାମରେ ପରିଚିତ। ଆଉ ତାଙ୍କର ଏହି ସେବା ସୋସିଆଲ ମିଡିଆରେ ଆସିଥିବାରୁ ତାଙ୍କୁ ସବୁ ମହଲରୁ ଭୁୟସୀ ପ୍ରଶଂସା ମିଳିବାରେ ଲାଗିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons