ତାଳଚେର,(ବି.ବି.ନୁ୍ୟଜ): ତାଳଚେର ଏବଂ ଖମାର ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ବିଭାଗର ଏକ ଟିମ୍ ଚଢ଼ଉ କରିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଇନିସପେକ୍ଟର ବିଜୟ କୁମାର ଓରାମ, ଏସକେ ରାଉତଙ୍କ ସମେତ ଏକ ଟିମ୍ ଚଢ଼ଉରେ ସାମିଲ ହୋଇ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ସମ୍ପତ୍ତି ଆକଳନ କରି ଶ୍ରୀ ସାହୁଙ୍କୁ ପଚରାଉଚରା ଚଳାଇଛନ୍ତି । ତେବେ ଶ୍ରୀ ସାହୁଙ୍କ ଠାରୁ ନଗଦ ଟଙ୍କା, ଗାଡ଼ିମୋଟର ଏବଂ କିଛି କାଗଜପତ୍ର ଜବତ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି । ଶ୍ରୀ ସାହୁଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା । ତାଙ୍କ ତାଳଚେରସ୍ଥିତ କାର୍ଯ୍ୟାଳୟ, ଢେଙ୍କାନାଳ ସହରର ଟାଉନ ପ୍ଲାନିଂ କାର୍ଯ୍ୟାଳୟର ବାସଭବନ, ଷ୍ଟେସନ ବଜାରସ୍ଥିତ ଶ୍ୱଶୁର ଘର, ପିଙ୍ଗୁଆ ଖଣ୍ଡବନ୍ଧ ନିକଟ ପୈତୃକ ଘର, ଭୁବନେଶ୍ୱର ଟଙ୍କପାଣି ରୋଡ଼ସ୍ଥିତ ଫ୍ଲାଟରେ କଟକ, ଢେଙ୍କାନାଳ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ଚଢ଼ଉ କରିଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଅ%ôକ ପଚରାଉଚରା ପାଇଁ କଟକ ନେଇଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.