ତାଳି,ଶଙ୍ଖ, ଘଣ୍ଟନାଦରେ କମ୍ପିଲା ରାଜ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରବିବାର ଅପରାହ୍ନ ୫ଟା ହେବା ମାତ୍ରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ସବୁଠି ଶୁଭିଥିଲା ଶଙ୍ଖନାଦ, ଘଣ୍ଟ ଘଣ୍ଟା, ଥାଳି ଓ ତାଳିର ଶବ୍ଦ । କିଏ ବାଲକୋନିରେ ଥାଇ ଘଣ୍ଟା ବଜାଉଥିଲା ତ କିଏ ନିଜ ଘର ଆଗରେ ରହି ଥାଳିକୁ ଚାମଚରେ ପିଟୁଥିଲା । କରୋନା ମୁକାବିଲା ସମୟରେ ଜରୁରିକାଳୀନ ସେବାରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସାରା ରାଜ୍ୟ ଏଭଳି ସମ୍ମାନ ଜଣାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । ନବୀନ ଏକ କଂସା ଥାଳି ବଜାଉଥିବାର ଦେଖା ଯାଇଥିଲା । ନବୀନ ନିବାସ ଛାତ ଉପରେ ମୁଖ୍ୟମନ୍ତ୍ରୀ ଏକ କଂସା ଥାଳିକୁ ବେଲଣା କାଠିରେ ବଜାଉଥିବା ଦେଖା ଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ବର୍ତ୍ତମାନର ବିରାଟ ସ୍ୱାସ୍ଥ୍ୟ ସଙ୍କଟରେ ଲୋକଙ୍କ ସୁବିଧା ପାଇଁ ଜରୁରୀକାଳୀନ ସେବା ଯୋଗାଉଥିବା ବ୍ୟକ୍ତିମାନେ ନିଜର ଶ୍ରେÂ ଭୂମିକା ନିର୍ବାହ କରୁଛନ୍ତି । ଆପଣଙ୍କ ସହ ମୁଁ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଅଭିଯାନରେ ସାମିଲ ହୋଇଛି । ଆସନ୍ତୁ ଏହି ଲଢେ଼ଇକୁ ଦ୍ରୁଢ଼ତାର ସହ ଲଢ଼ିବା । ସଚେତନ ହେବା, ସୁରକ୍ଷିତ ରହିବା । ତେବେ କରୋନା ମୁକାବିଲା କ୍ଷେତ୍ରରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପରିମଳ କର୍ମଚାରୀ, ପରିବହନ କର୍ମଚାରୀ, ପୁଲିସ୍ ଓ ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଏହି ମହାମାରୀ ମୁକାବିଲା କ୍ଷେତ୍ରରେ ଅତ୍ୟାବଶ୍ୟକୀୟ ସୁବିଧାଗୁଡିକ ଯୋଗାଉଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଟୁଇଟ୍ରେ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଭଳି ରାଜ୍ୟର ଅନ୍ୟ ବରିÂ ଅଧିକାରୀଗଣ ଲୋକସେବା ଭବନରେ ସନ୍ଧ୍ୟା ୫ଟା ହେବା ମାତ୍ରେ ଘଣ୍ଟି ବଜାଇ ଓ ତାଳି ମାରି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସମ୍ମୁଖ ପାହାଚରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଠିକ ୫ଟା ବେଳେ ତାଳି ବଜାଇବା ଆରମ୍ଭ କରିଥିଲେ । ଶ୍ରୀ ତି୍ରପାଠୀଙ୍କ ଠାରୁ ୬ ମିଟରରୁ ଅଧିକ ଦୂରତାରେ ଥିବା ୫ଟି ସଚିବ ଭି.କେ ପାଣ୍ଡିଆନ୍, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିଦେ୍ର୍ଧଶିକା ଶାଲିନୀ ପଣ୍ଡିତ ପ୍ରମୁଖ ଘଣ୍ଟି ବଜାଇଥିଲେ ।
କେବଳ ଯେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ କିମ୍ବା ବରିÂ ଅଧିକାରୀ ଜରୁରିକାଳୀନ ସେବା କର୍ମଚାରୀଙ୍କ ସମ୍ମାନରେ ଏଭଳି ଶଙ୍ଖନାଦ, ଘଣ୍ଟ ଘଣ୍ଟା, ଥାଳି ଓ ତାଳି ବଜାଇଥିଲେ ତାହା ନୁହେଁ, ସାରା ରାଜ୍ୟରେ ଏହାକୁ ସମର୍ଥନ ମିଳିଥିଲା । ରାଜଧାନୀରେ କସମୋପଲିସ୍ ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ସମସ୍ତ ଘରୁ ୫ଟା ବେଳେ ଏକା ସମୟରେ ଶଙ୍ଖନାଦ, ଘଣ୍ଟ ଘଣ୍ଟା, ଥାଳି ଓ ତାଳିର ଶବ୍ଦ ଶୁଣିବାକୁ ମିଳିଥିଲା ।
ଗରିବ ଖଟିଖିଆ ଠାରୁ ଆରମ୍ଭ କରି କୋଟିପତି ପର୍ଯ୍ୟନ୍ତ ସମସ୍ତେ ଆଜି ଜନତା କର୍ଫୁ୍ୟ ପାଳନ କରିଥିଲେ । ଦିନତମାମ ଘରେ ଭିତରେ ରହିଥିଲେ । ସନ୍ଧ୍ୟାରେ ଜରୁରିକାଳୀନ ସେବା ପ୍ରଦାନ କରିଥିବା କର୍ମଚାରୀଙ୍କୁ ସମ୍ମାନ ଜଣାଇଥିଲେ । କରୋନା ମୁକାବିଲା କରିବାକୁ ସମସ୍ତେ ଏକ ପ୍ରକାର ଶପଥ ନେଇଥିବା ମନେ ହେଉଥିଲା । ଓଡ଼ିଶା ସମେତ ସମଗ୍ର ଦେଶରେ ବିଭିନ୍ନ ସ୍ଥାନରୁ ଆଜିର ଜନତା କର୍ଫୁ୍ୟକୁ ଏଭଳି ଅଦ୍ଭୁତପୂର୍ବ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ୨୨ ତାରିଖ ଜନତା କର୍ଫୁ୍ୟ ପାଳନ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ଜରୁରିକାଳୀନ ସେବା ପ୍ରଦାନକାରୀଙ୍କୁ ଅପରାହ୍ଣ ୫ଟାରେ ଧନ୍ୟବାଦ ଦେବା ପାଇଁ ତାଳି ଓ ଘଣ୍ଟ ବଜାଇବାକୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons