ତିନିଦିନରେ ଥରେ ଘଣ୍ଟାଏ ଆସୁଛି ପାଇପ ପାଣି

Get real time updates directly on you device, subscribe now.

ଗୁଡଭେଲା,(ବି.ବି.ନୁ୍ୟଜ): ଗୁଡ଼ଭେଳା ବ୍ଲକ ସଦର ମହକୁମାରେ ଏବେଠୁ ଜଳ ସମସ୍ୟା ଦେଖାଦେଲାଣି । ରାହୁଳ ନଦୀକୂଳରେ ଥାଇ ବି ସହରବାସୀ ବିଶୁଦ୍ଧ ପାଣି ଟିକକ ପାଇଁ ଡ଼ହକବିକଳ ହେଉଛନ୍ତି । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ସହରକୁ ପାଇପ ଯୋଗେ ଜଳଯୋଗାଣ ହେଉଛି । ହେଲେ ନଦୀ ଭିତରେ ଥିବା ଇନଟେକ ୱେଲ କାର୍ଯ୍ୟକାରୀ ହେଉନଥିବାରୁ ପ୍ରତିବର୍ଷ କୂଅରୁ ବାଲି ଉଦ୍ଧାର କରିବା ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହାସତ୍ତେ୍ୱ ଖରାଦିନେ ଯଥାପୂର୍ବଂ ତଥା ପରଂ ଅବସ୍ଥା ଦେଖାଦେଇଥାଏ ।
ଗୁଡ଼ଭେଲା ସହରର ୩ ଟି ୱାଡର଼୍ରେ ପ୍ରାୟ ୫ହଜାର ଲୋକ ବସବାସ କରୁଛନ୍ତି । ନଦୀଭିତରେ ଗୋଟିଏ ୧୫ବର୍ଷ ପୁରୁଣା ଅଚଳ ଇନଟେକ ୱେଲ ରହିଛି । ସେଠାରୁ କେବଳ ବର୍ଷାଦିନେ ପାଣି ବାହାରୁ ଥିବାବେଳେ ନଦୀ ବାହାରେ ଥିବା ଏକ ଖୋଲାକୂଅରୁ ସହରକୁ ଜଳ ଯୋଗାଣ କରାଯାଉଛି । ତାହା ଗ୍ରୀଷ୍ମଦିନେ ଶୁଖି ଯାଉଥିବାରୁ ସହରବାସୀ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି । ଇନଟେକ ୱେଲ ଓ ଖୋଲାକୂଅରୁ ପାଣି ଉଠାଣ ହୋଇ ଏକଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ଼ ଟେଙ୍କରେ ପାଣି ଭର୍ତ୍ତି କରାଯାଇଥାଏ । ସେଠାରୁ ୨୨ଟି ଷ୍ଟାଣ୍ଡପୋଷ୍ଟ ଜରିଆରେ ସହରକୁ ପାଣି ଯୋଗାଣ ହୁଏ । କିନ୍ତୁ ଏବେ ଇନଟେକ ୱେଲ ଖରାପ ହୋଇଥିବା ବେଳେ ଖୋଲାକୂଅର ପାଣି ଶୁଖିଯାଉଛି । କୂଅରେ ପାଣି ସଂଗ୍ରହ ହେଲେଯାଇ ସହରକୁ ଯୋଗାଇ ଦିଆଯାଇଥାଏ । ଏଣୁ ଗୁଡ଼ଭେଲା ସହରକୁ ତିନିଦିନରେ ଥରେ ମାତ୍ର ଏକ ଘଣ୍ଟା ପାଇଁ ଜଳ ଯୋଗାଣ ହେଉଛି । କମ ସମୟ ପାଣି ଆସୁଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଏନେଇ ସହରବାସୀ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଧାୟିକାଙ୍କୁ ଲେଖି ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି । ଆଗକୁ ଗ୍ରୀଷ୍ମର ପ୍ରକୋପ ଆହୁରି ବଢ଼ିବାକୁ ଥିବାରୁ ପାନୀୟ ଜଳସଙ୍କଟ ଉ+ଟ ହେବା ଆଶଙ୍କା ରହିଛି । ଏନେଇ ଗୁଡ଼ଭେଲା ଜଳଯୋଗାଣ ବିଭାଗ କନିÂ ଯନ୍ତ୍ରୀ ସରୋଜ ମହାପାତ୍ରଙ୍କୁ ପଚାରିବାରୁ ନଦୀ ଭିତରେ ଇନଟେକ ୱେଲ କରିବା ପାଇଁ ଗତ ୨ବର୍ଷ ହେଲା ଟେଣ୍ଡର ହୋଇଛି । କିନ୍ତୁ ଠିକାଦାର କାମ କରୁନଥିବାରୁ ଏପରି ସମସ୍ୟା ଉପୁଜୁଛି । କିଛିଦିନ ଭିତରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons