ତିନି ନକଲି ମାଓବାଦୀ ଗିରଫ

Get real time updates directly on you device, subscribe now.

ଧର୍ମଗଡ଼,(ବି.ବି.ନୁ୍ୟଜ୍): ମାଓବାଦୀ ନାଁରେ ଟଙ୍କା ଆଦାୟ ମହଙ୍ଗାପଡ଼ିଲା ଦୁର୍ବୃତ୍ତଙ୍କୁ । ନିଜକୁ ମାଓବାଦୀପରିଚୟ ଦେଇ ଫୋନ୍ରେ ଜଣେ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ମାଗି ଆଜି ଗିରଫ ହୋଇଛନ୍ତି ୩ ନକଲି ମାଓବାଦୀ । ୩ ଅଭିଯୁକ୍ତ ହେଲେ ଜୟପାଟଣା ଥାନା ବଡ଼ପୁଝାରୀ ଗୁଡ଼ା ଗାଁର ଦେବୀପ୍ରସାଦ ନାଏକ, କୋକସରା ଥାନା ଧନସରା ଓ ଗତାବନ୍ଦ ଗାଁର ଚନ୍ଦ୍ର ରାଉତ ଓ ଗଙ୍ଗାରାମ ବେମାଲ । ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେବାକୁ ଚେଷ୍ଟା କରୁଥିବାବେଳେପୁଲିସ ଜାଲ ବିଛାଇ ସେମାନଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ୭୦ ହଜାର ଟଙ୍କା, ୩ଟି ମୋବାଇଲ୍ ଫୋନ୍, ଏକ ଲୁହା ରଡ଼ ଜବତ କରାଯାଇଥିବା ଧର୍ମଗଡ଼ ଏସ୍ଡିପିଓ ଲକ୍ଷ୍ମୀନାରାୟଣପଣ୍ଡା ସୂଚନା ଦେଇଛନ୍ତି ।
ପୁଲିସର ସୂଚନା ମୁତାବକ, ଅଭିଯୁକ୍ତମାନେ ବଡ଼ପୁଝାରୀଗୁଡା ଗାଁର ତୁଳସୀରାମ ନାଏକଙ୍କୁ ଫୋନ୍ରେ ମାଓବାଦୀପରିଚୟ ଦେଇ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ନହେଲେ ମାରିଦେବେ ବୋଲି ଧମକ ଦେଇଥିଲେ । ଧମକପାଇବାପରେ ଶ୍ରୀ ନାଏକ ଅଗଷ୍ଟ ୪ ତାରିଖରେ ଜୟପାଟଣା ଥାନାପୁଲିସକୁ ଜଣାଇବା ସହ ଏକ ଅଭିଯୋଗ ଦାଖଲ କରିଥିଲେ । ଜୟପାଟଣା ଥାନାରେ କେସ ନଂ-୨୮୪/୨୦ ଦଫା ୩୮୪ ଓ ୫୦୬ ଆଇପିସିରେ ଏକ ମାମଲା ରୁଜୁ କରିପୁଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଜୟପାଟଣା ଆଇଆଇସି ରସ୍ମିତାପ୍ରଧାନଙ୍କ ନେତୃତ୍ୱରେପୁଲିସ ଟିମ ଦୁର୍ବୃତ୍ତଙ୍କ ମୋବାଇଲ ଟ୍ରାକିଂ ଚଲାଇଥିଲେ । ଏହାସହ ଅଭିଯୁକ୍ତଙ୍କୁ ଧରିବା ଲାଗି ଜାଲ ବିଛାଇଥିଲେ । ଦୁର୍ବୃତ୍ତଙ୍କୁ ଟଙ୍କା ଦେବାକୁ ଡାକିବା ଲାଗି ତୁଳସୀରାମଙ୍କୁ କହିଥିଲେ । ଅଭିଯୁକ୍ତମାନେପ୍ରଥମପର୍ଯ୍ୟାୟରେ ୭୦ ହଜାର ଟଙ୍କା ନେଇପୁଝାରିଗୁଡ଼ାରୁ ଘଣ୍ଟିଗୁଡ଼ା ଛକ ନିକଟକୁ ଶନିବାର ଆସିବାପାଇଁ ତୁଳସୀରାମୁ କହିଥିଲେ ।ପୁଲିସର ଜାଣତରେ ସେ ଟଙ୍କା ନେଇ ଉକ୍ତ ସ୍ଥାନକୁ ଯାଇଥିଲେ । ତେବେ ଜଣେ ଦୁର୍ବୃତ୍ତ ଟଙ୍କା ନେଇ ଆସିବାବେଳେପୁଲିସ ଟିମ୍ ତାକୁ କାବୁ କରି ନେଇଥିଲା । ତାକୁ ଜେରାପରେ ଆଉ ଦୁଇ ଅଭିଯୁକ୍ତଙ୍କୁପୁଲିସ ଗିରଫ କରିଥିଲା । ଏହାସହ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଥିଲା । ଜେରାପରେ ସେମାନଙ୍କୁ ନକଲି ମାଓବାଦୀ ବୋଲିପୁଲିସ ଜାଣିବାକୁପାଇଥିଲା । ଗିରିଫ ୩ଜଣଙ୍କ ଆଜି କରୋନା ଟେଷ୍ଟପାଇଁ ଆଜି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଏସ୍ଡିପିଓ ଶ୍ରୀପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons