‘ବାବୁମୋଶାଇ ବନ୍ଦୁକବାଜ୍’ ନାୟିକା ବିଦିତା ବାଗ୍ ଖୁବ୍ଶୀଘ୍ର ଦେଖାଦେବେ ଅପ୍କମିଙ୍ଗ ଫିଲ୍ମ ‘ତିନ୍ ଦୋ ପାଞ୍ଚ’ରେ । ଏଥିରେ ସେ ଶ୍ରେୟସ ତଲପଡ଼େଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ଫିଲ୍ମର କାହାଣୀ ଆଧାରିତ । ଏ ସମ୍ପର୍କିତ ଅତି ସୁନ୍ଦର ବାର୍ତ୍ତା ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଫିଲ୍ମ ଟିମ୍ ଚେଷ୍ଟା କରିଛନ୍ତି । ଏଭଳି ଏକ କାହାଣୀ ବିଷୟରେ ପୂର୍ବରୁ କେବେ ଶୁଣିନଥିବାରୁ ଫିଲ୍ମକୁ ନେଇ ବିଦିତା ଖୁବ୍ ଉତ୍ସ ।ହିତ । ଶ୍ରେୟସଙ୍କ ଅନ୍ସ୍କ୍ରିନ୍ ପତ୍ନୀ ଭୂମିକା ସେ ନିର୍ବାହ କରିଛନ୍ତି । କୌଣସି କାରଣରୁ ଉଭୟ ସନ୍ତାନ ଜନ୍ମ ଦେବାରେ ଅସମର୍ଥ ହେବାରୁ ପୋଷ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ସନ୍ତାନ ସେମାନେ କୋଳେଇବାକୁ ଚାହୁଁଥିଲେ, କିନ୍ତୁ ଶେଷରେ ତିନିଟି ସନ୍ତାନ କୋଳକୁ ନେଇଛନ୍ତି । ତା’ପରେ ଉଭୟଙ୍କ ଜୀବନ କିପରି ପରିବର୍ତ୍ତନ ହୋଇଛି, ତାହା ଫିଲ୍ମର କାହାଣୀ । ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ଅମିତାଭ ବର୍ମାଙ୍କୁ ବିଦିତା ଖୁବ୍ ପ୍ରଶଂସା କରିଛନ୍ତି । ସେହିପରି ଶ୍ରେୟସଙ୍କ ଭଳି ଜଣେ ଅଭିଜ୍ଞ କଳାକାରଙ୍କ ସହ କାମ କରିବାର ଅନୁଭବ ବେଶ ନିଆରା ବୋଲି ସେ କହନ୍ତି । ଉଭୟଙ୍କ ଅନ୍ସ୍କ୍ରିନ୍ କେମିଷ୍ଟ୍ରି ଦର୍ଶକ ପସନ୍ଦ କରିବେ ବୋଲି ବିଦିତା ଆଶା କରୁଛନ୍ତି । ବିଭିନ୍ନ ପ୍ରକାର ଫିଲ୍ମରେ କାମ କରିବା ଯେକୌଣସି କଳାକାର ପାଇଁ ସ୍ୱପ୍ନ । କାରଣ ଏହା ଦ୍ୱାରା ସେ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଏ ଏବଂ ଆଗକୁ ବଢ଼ିପାରେ । ନିର୍ମାତା-ନିର୍ଦ୍ଦେଶକମାନେ ତାଙ୍କଠାରେ ଏହି ଦକ୍ଷତା ପାଇଥିବାରୁ ବିଦିତା ନିଜକୁ ଭାଗ୍ୟଶାଳୀ ମନେକରୁଛନ୍ତି । ନିଜକୁ ସୀମାବଦ୍ଧ କରି ରଖିବାକୁ ସେ ଆଦୌ ଚାହାନ୍ତି ନାହିଁ ।
Comments are closed, but trackbacks and pingbacks are open.