ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ପାର୍ଟି କାର୍ୟ୍ୟାଳୟ ଶୁଭ ଉଦ୍ ଘାଟନ ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଓ ନେତା ବିଜେପିରେ ସାମିଲ ହେଲେ”
ଜଗତସିଂହପୁର/ନାଉଗାଁ, (ବି.ବି.ନୁ୍ୟଜ୍):ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ଆଉ ଗୋଟିଏ ଦିନ ପରେ କୋର୍ଡ ଅପଂ କଣ୍ଡକ୍ଟ ଲାଗୁ ହେବାକୁ ଯାଉଛି। ହେଲେ ଆଜି ପର୍ୟ୍ୟନ୍ତ କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ତିନି ପ୍ରମୁଖ ଦଳର ରାଜ୍ୟ ଓ ଜିଲ୍ଲାସ୍ତରର ନେତାଙ୍କୁ ନେଇ ଦୁଦ୍ର ବୈଠକରେ ରଣନିତୀ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ଏହି ଅବସରରେ ଆଜି ତିର୍ତ୍ତୋଲ ସ୍ତିତ ଆନନ୍ଦ ମଣ୍ଡପ ପରିସରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ପାଇଁ ବିଜେପିର ପାର୍ଟି କାର୍ୟ୍ୟାଳୟର ଶୁଭ ଉଦଘାଟିତ ହେବା ସହିତ ତିର୍ତ୍ତୋଲ ବ୍ଲକ ଅଂଚଳର କନିମୂଳ, ବିଷନପୁର, ବିରିତୋଳ ପଂଚାୟତର ଶତାଧିକ ବିଜେଡି ଓ କଂଗ୍ରେସ ଦଳର ପଂଚାୟତ ୱାର୍ଡ ସ୍ତରର ନେତା କର୍ମୀ ମାନେ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି।
ସୁଚନା ଥାଉକି, ଆଜି ପୁର୍ବାହ୍ନରେ ତିର୍ତ୍ତୋଲ ସ୍ତିତ ଆନନ୍ଦ ହୋଟେଲ ପରିସରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜେପି ପାର୍ଟି କାର୍ୟ୍ୟାଳୟକୁ ଅନୁଷ୍ଠାନିକ ଭାବେ ରାଜ୍ୟ ବିଜେପି ଉପ ସଭାପତି ଭୂର୍ଗୁବକ୍ସି ପାତ୍ର, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି।ପରେ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ବିଜେପିର ପ୍ରଥମ ନିର୍ବାଚନି ବୈଠକ ଅନୁଷ୍ଟିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ପାତ୍ର ଯୋଗ ଦେଇ କହିଲେ, ଭାରତର ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେଦ୍ର ମୋଦିଙ୍କ ନିକଟରେ ସାଧାରଣ ଲୋକଙ୍କ ଯେଉଁ ସହମତି ଓ ସଦଇଚ୍ଛା ରହିଛି, ତାହାକୁ ସାଣିତ କରିବା ପାଇଁ ଭାରତୀୟ ଜନତା ପାର୍ଟିର କାର୍ୟ୍ୟକର୍ତ୍ତା ଓ କର୍ମକର୍ତ୍ତା ମାନେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ପ୍ରତି ଜନତାଙ୍କ ନିକଟରେ ପହଂଚାଇ ତିର୍ତ୍ତୋଲ ଉପନିର୍ବାଚନକୁ ଅବତିର୍ଣ୍ଣ ହେବ ବୋଲି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ପ୍ରଭାରୀ ଶାରଦା ପ୍ରଧାନ(ବୁଲୁ ଭାଇ), ସାଲେପୁର ପୁର୍ବତନ ବିଧାୟକ ପ୍ରକାଶ ବେହେରା, କଟକ ସଦର ବିଧାୟକ ପ୍ରାର୍ଥୀ ଦିଲ୍ଲିପ ମଲ୍ଲିକ, ପାରାଦୀପ ବିଧାୟକ ପ୍ରାର୍ଥୀ ସମ୍ପଦ କୁମାର ସ୍ବାଇଁ, କଟକ ବିଜେପି ମହିଳା ନେତ୍ରୀ ଜାଗ୍ୟାସେନୀ ଜେନା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା, ତିର୍ତ୍ତୋଲ ବିଜେପି ସଭାପତି, ପୂର୍ବତନ ସଭାପତି, ବିଭିନ୍ନ ପଂଚାୟତର ମଣ୍ଡଳ ସଭାପତି, ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ। ପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା। ଏହି ମିଶ୍ରଣ ପର୍ବରେ ବିରିତୋଳ ପଂଚାୟତର ବିଜେଡି ସରପଂଚ ସମିମା ବେଗମ୍ ପତିଙ୍କ ସମେତ ପଂଚାୟତର ବହୁ ବିଜେଡି ଓ କଂଗ୍ରେସ କର୍ମି, ୱାର୍ଡ ସଭ୍ୟ ସଭ୍ୟା ଏବଂ କନିମୂଳ ଓ ବିଷୁନପୁର ପଂଚାୟତରୁ ଶତାଧିକ ବିଜେଡି ଓ କଂଗ୍ରେସ କର୍ମିମାନଙ୍କୁ ରାଜ୍ୟ ବିଜେପି ଉପସଭାପତି ଓ ଜିଲ୍ଲା ବିଜେପି ସଭାପତି ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧାଇ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ସାମିଲ କରିଥିଲେ ଲ ବିଜେପି ନେତା ବୁଲୁ ପ୍ରଧାନଙ୍କୁ ବିରୋଧ କରି କିଛି କର୍ମୀ ଉତ୍ତସଭାରେ ହୋ ହଲା କରୁଥିବା ହେଖିବାକୁ ମିଳିଥିଲା ।
Comments are closed, but trackbacks and pingbacks are open.