ଭଦ୍ରକ, (ବି.ବି.ନୁ୍ୟଜ୍):ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ହାଣି ଟଙ୍କା ଲୁଟ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ମିଳିଥିବା ସୂଚନା ମୁତାବକ, ଗତ ୪ ତାରିଖରେ ତିହିଡି ଥାନା ଜିଝାରପୁର ରେଳ କ୍ରସିଂ ନିକଟରେ ଜଣେ ଗ୍ୟାସ ଏଜେନ୍ସି କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଡକାୟତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣ କରି ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ତିହିଡି ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।
ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଜ଼ିଲ୍ଲା ଓ ବାହାରେ ଛାନ୍ଭିନ୍ ଆରମ୍ଭ କରିଥିଲା । ଶେଷରେ ଏହି ଘଟଣାରେ ସାମିଲ ଥିବା ୩ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ । ଏହି ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିବା ତିହିଡି ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ଶେଷରେ ଏହି ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଲୁଟ୍ରେ ବ୍ୟବହାର ହୋଇଥିବା ଏକ ବାଇକ୍ ସିଜ୍ କରିବା ସହ ଲୁଟ ହୋଇଥିବା ୨ ଲକ୍ଷ ୭୬ ହଜାର ଟଙ୍କା ଜବତ କରିଛି ତିହିଡି ପୋଲିସ।
Comments are closed, but trackbacks and pingbacks are open.