ତୁଳା ଲଗ୍ନରେ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ବୁ୍ୟରୋ): ଆସନ୍ତା ୨୩ ତାରିଖ ରବିବାର ଦିନ ହେବାକୁ ଥିବା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ନିରୂପଣ କରାଯାଇଛି । ସ୍ଥାନୀୟ ଝାଡୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ଲଗ୍ନ ଧାର୍ଯ୍ୟ କରାଯାଇଛି ।
ଏହି ବୈଠକରେ ଆସନ୍ତା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ୨୩ ତାରିଖ ରବିବାର ଦିନ ସକାଳ ୯ଟା ୩୫ ମିନିଟ୍ରୁ ୯ଟା ୫୦ ମିନିଟ୍ ମଧ୍ୟରେ ତୁଳା ଲଗ୍ନରେ ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଅର୍ପଣ କରିବାକୁ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ମାଁଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡିଶାର ପୁରପଲ୍ଲୀରେ ଲୋକେ ନିଜ ନିଜ ଘରର ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ ବୋଲି ମହାସଭା ପକ୍ଷରୁ କୁହାଯାଇଛି । ଆଜି ଅପରାହ୍ନରେ ମହାସଭାର ସମସ୍ତ ପଣ୍ଡିତମାନେ ଏକାଠି ହେବା ପରେ ପ୍ରଥମେ ପରଂପରା ମୁତାବକ ବେଦପାଠ କରାଯାଇଥିଲା । ଏହାପରେ ଅନେକ ବିଚାର ବିମର୍ଷ କରାଯାଇ ତୁଳା ଲଗ୍ନରେ ନବାନ୍ନ ଲାଗି କରିବାକୁ ସ୍ଥିର ହୋଇଥିଲା । ଏଥିରେ ସଭାପତି ପଣ୍ଡିତ ଲକ୍ଷ୍ଣଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ସଂପାଦକ ଚନ୍ଦ୍ରକାଣ୍ଡ ପାଣିଗ୍ରାହୀ, ପଣ୍ଡିତ ଅମରନାଥ ମିଶ୍ରଙ୍କ ସମେତ ବହୁ ପଣ୍ଡିତ ଉପସ୍ଥିତ ଥିଲେ । ବ୍ରହ୍ମପୁରା ମନ୍ଦିର କମିଟି ପକ୍ଷରୁ ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସଞ୍ଜୟ କୁମାର ମିଶ୍ର, ପ୍ରାଣରଞ୍ଜନ ପଣ୍ଡା, ଶୁଭେନ୍ଦ୍ର ପଣ୍ଡା, ଅଭିଷେକ ମିଶ୍ର, ସରୋଜ କୁମାର ସାହୁ, ମିଲୁ ପାଣିଗ୍ରାହୀ ଏବଂ ଶୁଭେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons