ତୃତୀୟ ବିବାହ କରୁଥିବା ବେଳେ ଯୁବକ ହଟ ହଟା

Get real time updates directly on you device, subscribe now.

ଯାଜପୁର : ତିନ ତଲାକ ଏବେ ବେଆଇନ ହେବା ପରେ ବି କେତକ ସ୍ଥାନରେ ଏହାର ଖୋଲା ଖୋଲି ଉଲ୍ଲଘଂନ ହେଉଛି ଏବଂ 5T ଲାଗୁ ହେବା ପରେ ମଧ୍ୟ ପୋଲିସ ଅଭିଯୋଗ ପାଇ କୌଣସି କାର୍ୟ୍ୟାନୁଷ୍ଠାନ ନନେବା ଅଭିଯୋଗ ହୋଇଛି। ପ୍ରଥମ ସ୍ତ୍ରୀ କୁ ତଲାକ ଦେବା ପରେ ଦ୍ଵିତୀୟ ବିବାହ କରି ଏକ କନ୍ୟା ସନ୍ତାନର ଜନକ ହେବାପରେ ମଧ୍ୟ ପୁଣି ଥରେ ତୃତୀୟ ବିବାହ କରୁଥିବା ବେଳେ ଧରାପଡିଲେ ଯୁବକ। ଘଟଣା ସ୍ଥଳରେ ଦୂତୀୟ ସ୍ତ୍ରୀଙ୍କ ଚଢ଼ାଉ ଭିଜୁଆଲ ଭାଇରଲ ହେବାପରେ ଘଟଣା କୁ ନେଇ ଚର୍ଚ୍ଚା ଜୋର । ଅପରପକ୍ଷରେ ପୋଲିସର ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଇ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା।
ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ଗ୍ରାମର ସେକ ଅଜିମୁଦ୍ଦିନ ଙ୍କ ଝିଅ ସବିନା, ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମର ଲାଲୁ ଖାନଙ୍କ ପୁଅ ଇମ୍ରାନ ଖାନଙ୍କୁ ମୁସଲମାନ ଧର୍ମ ଓ ପ୍ରଥା ଅନୁସାରେ ବିବାହ କରିଥିଲେ। ହେଲେ ବିବାହର କିଛି ମାସ ପରେ ଇମ୍ରାନ ସବିନାଙ୍କୁ ଛାଡି ବାହାର ଦେଶକୁ ଚାଲିଯାଇଥିଲେ।ଏହାପରେ ସବିନା ଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ୟ୍ୟାତନା।ପରେ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଅଧିକ ହେବାରୁ ସବିନା ଶାଶୁଘର ଛାଡି ବାପଘରକୁ ପଳାଇଥିଲେ ଏବଂ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ହେଲେ ପୋଲିସ କେବଳ ମାମଲା ରୁଜୁ କରି ବସିଯାଇଥିଲା।
ଏହାପରେ ଗତ ୧୦ ତାରିଖରେ ସବିନା ଖବର ପାଇ କୋରେଇ ଥାନା ଅନ୍ତର୍ଗତ ମାଲଦା ଗ୍ରାମରେ ପହଂଚି ତାଙ୍କ ସ୍ବାମୀ ପୁଣିଥରେ ତୃତୀୟ ବିବାହ କରୁଥିବା ଦେଖିବାକୁ ପାଇଥିଲେ ଏବଂ ଏହାକୁ ତୀବ୍ର ବିରୋଧ କରିଥିଲେ। ତେବେ ଏହା ପୂର୍ବରୁ ସେ କୋରେଇ ଥାନା ଅଧିକାରୀ ଙ୍କୁ ବିନୀତ ଅନୁରୋଧ କରିଥିଲେ ମଧ୍ୟ ଥାନା ଅଧିକାରୀ କିଛି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି। ସବିନା ଅନ୍ୟ ଉପାୟ ନ ପାଇ ଏସପିଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିବା କହିଛନ୍ତି। ଘଟଣା ସମ୍ପର୍କରେ କୋରେଇ ପୋଲିସ ଫୋନଯୋଗେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେହେତୁ ଏହା ମଙ୍ଗଳପୁର ଥାନା କେଶ ତେଣୁ ସେ କିଛି କରିପାରିବେ ନାହିଁ।ତେବେ ମଙ୍ଗଳପୁର ପୋଲିସ କିମ୍ବା ଏସ୍ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons