ବାଳକାଟି,(ବି.ବି.ନୁ୍ୟଜ୍): ବାଲିଅନ୍ତା ବ୍ଲକ୍ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଗ୍ରାମରେ ଯଶୁଆପୁର ବିକାଶ ପରିଷଦ ଓ ଯଶୁଆପୁର ମହୋତ୍ସବ କମିଟି ଆନୁକୂଲ୍ୟରେ ତୃତୀୟ ଯଶୁଆପୁର ମହୋତ୍ସବ ମଙ୍ଗଳବାର ଉଦ୍ୟାପିତ ହୋଇଯାଇଛି । ଯୁବ ସ୍ୱେଛାସେବୀ ତଥା ବିକାଶ ପରିଷଦର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଡ.ଅରବିନ୍ଦ ଢାଲି, ଓଡ଼ିଶା ସି.ଏସ୍.ଆର ଫୋରମ୍ର ଆବାହକ ବି.କେ.ମିଶ୍ର , କ୍ଲାପ୍ର ଅଧ୍ୟକ୍ଷ ବିକାଶ ଦାଶ ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ଗଣମାଧ୍ୟମ ପ୍ରତିନିଧି ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମ୍ବପୁରରୁ ଆସିଥିବା ସାସ୍ୱତ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଖୋର୍ଦ୍ଧା ମା’ମଙ୍ଗଳା ପାଇକ ଆଖଡା ଗ୍ରୁପ୍ ପକ୍ଷରୁ ପାଇକ ଆଖଡା ନୃତ୍ୟ ପରିବେଷଣ କରାଯାଇଥିଲା । ବିକାଶ ପରିଷଦର ସମ୍ପାଦକ ତପନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।
Comments are closed, but trackbacks and pingbacks are open.