ତେଜସ ନୌସେନା ସଂସ୍କରଣର ଆଉ ଏକ ସଫଳତା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ହାଲୁକା ଲଢ଼ୁଆ ଯୁଦ୍ଧବିମାନ ତେଜସର ନୌସେନା ସଂସ୍କରଣ ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଶନିବାର ସକାଳେ ପ୍ରଥମ ଥର ପାଇଁ ଏହି ବିମାନ ଭାରତର ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ ବିକ୍ରମାଦିତ୍ୟର ଡେକ୍ ଉପରେ ସଫଳତାର ସହ ଅବତରଣ କରିଛି । ବିମାନବାହୀ ଯୁଦ୍ଧଜାହାଜ ଉପରେ ଏକ ବିମାନକୁ ଅବତରଣ କରାଇବା ଏକ ଜଟିଳ ପ୍ରକ୍ରିୟା । କାରଣ ମାତ୍ର ୨୦୦ ମିଟରଦୂରତା ଭିତରେ ବିମାନକୁ ଅବତରଣ କରାଇବାକୁ ପଡିଥାଏ । ଏଥିପାଇଁ ଏଭଳି ବିମାନ ବାୟୁସେନାଦ୍ୱାରା ବ୍ୟବହୃତ ବିମାନ ଠାରୁ ଭିନ୍ନ ହୋଇଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons