ତେଜିଲା ପିଇଓ ସ୍ମିତାରାଣୀଙ୍କ ପରିବାର ରାଜ୍ୟ ଛାଡ଼ିବା ପ୍ରସଙ୍ଗ:ଓଏଚ୍ଆର୍ସିଙ୍କୁ ଫେରାଦ ହେଲା କଂଗ୍ରେସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ମୃତୁ୍ୟ ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମୃତା ସ୍ମିତାରାଣୀଙ୍କ ପିତାମାତା ଭୟଭୀତ ହୋଇ ଏବେ ରାଜ୍ୟ ଛାଡ଼ିଦେବେ ବୋଲି କହିଛନ୍ତି । ସେମାନଙ୍କୁ ଧମକ ମିଳୁଛି ବୋଲି ସ୍ମିତାରାଣୀଙ୍କ ପିତାମାତା ଗଣମାଧ୍ୟମରେ ବିବୃତ୍ତି ଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ କଂଗ୍ରେସ ଫେରାଦ ହୋଇଛି । ଏହି ଅବସରରେ କଂଗ୍ରେସର ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି, ସ୍ମିତାରାଣୀ ମୃତୁ୍ୟର ପରବର୍ତ୍ତୀ ସମୟରେ ପା୍ରଶାସନିକ ନିଷ୍କ୍ରିୟତା ଓ ଅପରାଧିମାନଙ୍କ ଚାପରୁ ପୈତୃକ ପରିବାରବର୍ଗ ଅତ୍ୟନ୍ତ ଭାରାକ୍ରାନ୍ତ ହୋଇ ରାଜ୍ୟ ଛାଡ଼ିବା ନିଷ୍ପତ୍ତି ନେଇଛନ୍ତି । ତଦନ୍ତକୁ ବାଟବଣା କରିବା ପାଇଁ ଏହା ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଅପରପକ୍ଷେ ରାଜ୍ୟ କଂଗ୍ରେସ ସ୍ମିତାରାଣୀର ପରିବାରକୁ ପୁଲିସ ସୁରକ୍ଷା ଓ ଯଥା ବିଧି ନ୍ୟାୟ ମିଳିବା ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କମିଶନ୍ ଏହି ସ୍ମାରକପତ୍ରକୁ ତ୍ୱରିତ ବିଚାର କରିଛନ୍ତି । କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ରିପୋର୍ଟ ତଲବ କରିବା ସହିତ ସ୍ମିତରାଣୀ ପରିବାରକୁ କେଉଁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଇଛି, ତାହା ଜଣାଇବାକୁ କମିଶନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ଏବଂ ସଭ୍ୟ ଅସୀମ ଅମିତାଭ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
ପ୍ରତିନିଧି ଦଳରେ ବରିÂ ଆଇନଜୀବୀ ଶିବାନନ୍ଦ ରାୟ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଯଜେ୍ଞଶ୍ୱର ବାବୁ, ସ୍ମୃତିରେଖା ପହି, ବନ୍ଦିତା ପରିଡ଼ା, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ନରେଶ ମହାନ୍ତି, ଜ୍ଞାନଦେବ ବେଉରା, ବିଣାପାଣି ସାମଲ, ଅମିୟ ପାଣ୍ଡବ, ଶୁଭଶ୍ରୀ ପଣ୍ଡା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons