ବଲାଙ୍ଗିର:ବଲାଙ୍ଗୀର ଜ଼ୀଲ୍ଲା ତୁଷୁରା ଏନ. ଏ.ସି. ରେ ଥିବା ତେଲନଦୀ କୁ ଦୁଇ ଭଉଣୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି । ଦୁଇ ଭଉଣୀ ଏକ ହିରୋ କମ୍ପାନୀ ନିର୍ମିତ ଦୁଇ ଚକିଆ ଯାନ ରେ ଆସି ଗାଡିଟିକୁ ପୋଲ ଉପରେ ରଖି ନଦୀ ଭିତରକୁ ଡେଇଁଥିବା କୁହାଯାଉଛି । ଆହୁରି ମଧ୍ୟ ଦୁହିଁଙ୍କ ଚପଲ ମଧ୍ୟ ଗାଡି ପାଖରେ ଛାଡିଥିବା ନଜରକୁ ଆସିଛି । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିସମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏବଂ ଘଟଣା ସ୍ଥଳରେ ପରିବାର ବର୍ଗ ମଧ୍ୟ ପହଞ୍ଚିଥିବା ବେଳେ ଉକ୍ତ ଦୁଇ ଭଉଣୀ ତୁଷୁରା ନିକଟସ୍ଥ ଗୁଡାଭେଲା ଗ୍ରାମର ରାମୋତାର ଅଗ୍ରବାଲ ଙ୍କ ଦୁଇ ଝିଅ ହୋଇଥିବା ଜଣାପଡିଛି । ଅପର ପକ୍ଷରେ ଯେଉଁ ଗାଡ଼ିରେ ଦୁଇ ଭଉଣୀ ଆସିଥିଲେ ଉକ୍ତ ଗାଡି ନମ୍ବର ମଧ୍ୟ ରାମୋତାର ଅଗ୍ରବାଲ ଙ୍କ ନାମରେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି । ତେବେ ଏ ପର୍ୟ୍ୟନ୍ତ ନଦୀରେ ଡେଇଁଥିବା ଦୁଇ ଭଉଣୀଙ୍କ ସନ୍ଧାନ ପାଇଁ ଅଗ୍ନୀସମ କର୍ମୀମାନେ ଚେଷ୍ଟା ଜାରି ରଖିଥିବା ବେଳେ ବର୍ତ୍ତମାନ କେଉଁ କାରଣ ରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ କି ତାଙ୍କ ପରିବାର ଵର୍ଗ ଙ୍କ ମାନସିକ ସନ୍ତୁଳନ ଠିକ ନ ଥିବା ହେତୁ ପରିବାର ବର୍ଗଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।


Comments are closed, but trackbacks and pingbacks are open.