ତେଲରେ ନିଆଁ ଲଗାଇବ ରୁଷ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଏକଦା ତୈଳ ଭଣ୍ଡାର ଏକ ରାଷ୍ଟ୍ରର ସବୁଠୁ ବଡ଼ ଶକ୍ତି ଭାବେ ବିବେଚିତ ହେଉଥିଲା । କିନ୍ତୁ କରୋନା ସଙ୍କଟ ମଧ୍ୟରେ ସବୁକିଛି ବଦଳିଯାଇଛି । ଏହି ମହାମାରୀର ପଥରୋଧ କରିବା ପାଇଁ ବିଶ୍ୱର ପ୍ରାୟ ସବୁ ଦେଶରେ ଲକ୍ଡାଉନ୍ ଜାରି ରହିଛି । ଅର୍ଥନୈତିକ କାର୍ଯ୍ୟକଳାପ ତଥା ପରିବହନ ବନ୍ଦ ଥିବାରୁ ତେଲ ଚାହିଦାରେ ହଠାତ୍ ଭୟଙ୍କର ହ୍ରାସ ଘଟିଛି । ଚାହିଦାରେ ହ୍ରାସ ଘଟିଥିବାବେଳେ ଉପôାଦନ କମାଉନାହାନ୍ତି ତୈଳ ଉପôାଦନକାରୀ ରାଷ୍ଟ୍ର । ଆଶା ବାହାରେ ଉପôାଦନ ଯୋଗୁ ଭଣ୍ଡାରଗୁଡିକ ଭର୍ତ୍ତି ହୋଇଗଲାଣି । ତେଲ ରଖିବାକୁ ଜାଗା ନାହିଁ । ଏଭଳି କ୍ଷେତ୍ରରେ ତୈଳ ଉପôାଦନକାରୀ ରାଷ୍ଟ୍ରଗୁଡ଼ିକ ଚିନ୍ତାରେ ପଡିଗଲେଣି ଯେ, ଅନାବଶ୍ୟକ ତେଲକୁ କ’ଣ କରିବେ ।
ରୁଷ ଅଶୋଧିତ ତୈଳ ଉପôାଦନରେ ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର । ଏକ ଚୁକ୍ତି ଅନୁସାରେ ସପ୍ତାହ ମଧ୍ୟରେ ରୁଷକୁ ଏହାର ଉପôାଦନରେ ୨୦% ହ୍ରାସ କରିବାକୁ ପଡ଼ିବ । ଏହି କାରଣରୁ ରୁଷ ତିନୋଟି ବିକଳ୍ପ ଉପରେ ବିଚାର କରୁଛି । ତୈଳ କୂପଗୁଡ଼ିକର ମରାମତି କରିବା ଲାଗି ଏଗୁଡିକୁ ଅସ୍ଥାୟୀ କାଳ ପାଇଁ ବନ୍ଦ ରଖିବ କିମ୍ବା କୂପଗୁଡିକୁ ଲମ୍ବା ସମୟ ଧରି ପକାଇ ରଖିବ ଅବା ତେଲରେ ନିଆଁ ଲଗାଇଦେବ ।
ପେଟ୍ରୋଲିୟମ୍ ରପ୍ତାନିକାରୀ ରାଷ୍ଟ୍ର ସଂଘ(ଓପେକ୍) ଏବଂ ଅଣ-ଓପେକ୍ ରାଷ୍ଟ୍ରଗୁଡ଼ିକ ଚୁକ୍ତି କରିଛନ୍ତି ଯେ, ସମସ୍ତେ ମିଳିତ ହୋଇ ବିଶ୍ୱ ବଜାରରୁ ପ୍ରତିଦିନ ୧ କୋଟି ବ୍ୟାରେଲ ତେଲ ହଟାଇବେ, ଯଦ୍ଧ୍ୱାରା ବଜାରରେ ସନ୍ତୁଳନ ରକ୍ଷା ହେବ । ଏହାର ଅର୍ଥ ମୋଟ ତୈଳ ଯୋଗାଣକୁ ୨୦% କମାଇବେ । ମେ’ ୧ରୁ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ଓପେକ୍ ସହ ହୋଇଥିବା ଏ ଚୁକ୍ତି ଅନୁସାରେ ଗତ ସପ୍ତାହ ରୁଷର ଉର୍ଜା ମନ୍ତ୍ରୀ ତୈଳ କମ୍ପାନିଗୁଡ଼ିକୁ ସେମାନଙ୍କ ଉପôାଦନ ୨୦% କମାଇବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସୂତ୍ରରୁ ଜଣାଯାଇଛି ଯେ, କଶ୍ଛାନିଗୁଡିକ ପ୍ରଥମେ ଉକ୍ତ ଫିଲ୍ଡଗୁଡିକ ଉପରେ ଧ୍ୟାନ ଦେଉଛନ୍ତି, ଯେଉଁଠି ଉପôାଦନ ପୂର୍ବରୁ ହିଁ କମ୍ ଅଛି । ରୁଷର ତୈଳ କମ୍ପାନି ଲୁକ୍ଅଏଲ୍ ପ୍ରତିଦିନ ୧୬.୫ ଲକ୍ଷ ବ୍ୟାରେଲ ତେଲ ଉପôାଦନ କରିଥାଏ । ଏବେ ଏହି କମ୍ପାନି ଏହାର ଅନେକ ଅଏଲ୍ ଫିଲ୍ଡଗୁଡ଼ିକୁ ବନ୍ଦ କରିଦେବା ପାଇଁ ବିଚାର କରୁଛି ।
ରୋଜ୍ନେଫ୍ଟ ଏବଂ ଗେଜ୍ପ୍ରୋମ୍ ନେଫ୍ଟର ଯୌଥ ଉଦ୍ୟୋଗ ସ୍ଲାଭ୍ନେଫ୍ଟ ପଶ୍ଚିମ ସାଇବେରିଆରେ ମାଗ୍ନେଫେଟେଜ୍ ୟୁନିଟ୍ର ଅନେକ ଫିଲ୍ଡକୁ ବନ୍ଦ କରିବା ପାଇଁ ବିଚାର କରୁଛି । ତୈଳ ଶିଳ୍ପ ସହ ଜଡ଼ିତ ଏକ ସୂତ୍ରରୁ ଜଣାଯାଇଛି ଯେ, କମ୍ ଉପôାଦନ କ୍ଷମତାବିଶିଷ୍ଟ କୂପଗୁଡିକୁ ପ୍ରଥମେ ବନ୍ଦ କରି ଦିଆଯାଇପାରେ । ତେଲ ଯୋଗାଣକୁ କମ୍ କରିବା ପାଇଁ କୁପଗୁଡିକୁ ଅନିଶ୍ଚିତକାଳ ପାଇଁ ବନ୍ଦ କରିବା ବଦଳରେ ମରାମତି ପାଇଁ ଅସ୍ଥାୟୀ ଭାବେ ବନ୍ଦ କରାଯାଇପାରେ । ସେହିପରି ନୂଆ ପେଟ୍ରୋଲିୟମ୍ ଖଣିଗୁଡିକ ପାଇଁ ଡିଲିଙ୍ଗ୍ ଉପରେ ବି ରୋକ୍ ଲାଗିପାରେ । ତୈଳକୂପଗୁଡିକର ମରାମତି ଦ୍ୱାରା କମ୍ପାନିଗୁଡିକୁ ସେମାନଙ୍କ ଉପôାଦନ କ୍ଷମତା ବଢ଼ାଇବାରେ ସହାୟତା ମିଳିବ । କଶ୍ଛାନିଗୁଡ଼ିକ ଲମ୍ବା ସମୟ ଧରି କ୍ଷତି ସହିବା ପାଇଁ ଚାହାନ୍ତି ନାହିଁ । ଏହା ସତ ଯେ, ଚାହିଦାରେ ହ୍ରାସ ଘଟିଛି କିନ୍ତୁ ଏହା ଅଏଲ୍ ଫିଲ୍ଡଗୁଡିକରେ ତାଲା ପକାଇବାର କାରଣ ହୋଇ ନ ପାରେ । ଅନେକ ସମୟରେ ତେଲ ଉପôାଦନକୁ ଜାରି ରଖିବା ଭଲ ରହିଥାଏ । ଦରକାର ପଡ଼ିଲେ ଏହାକୁ ଜଳାଇ ଦିଆଯାଉ । କିନ୍ତୁ ଥରେ ତେଲ ଉପôାଦନ କ୍ଷମତା କମିବା ପରେ ଏଥିରୁ ବାହାରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯିବ । ଏକଦା ସୋଭିଏତ ସଂଘ ତେଲ ଉପôାଦନକୁ ଅଧା କରି ଦେଇଥିଲା । ଏହା ପରେ ତେଲ ଉପôାଦନ କ୍ଷମତା ବଢ଼ାଇବା ପାଇଁ ଏହାକୁ ଏକ ଦଶନ୍ଧିରୁ ଅଧିକ ସମୟ ଲାଗିଯାଇଥିଲା ।
ବିଶ୍ୱର ଅନେକ ଦେଶରେ ତେଲ ଭଣ୍ଡାର ଭର୍ତ୍ତି ହୋଇଗଲାଣି । ଚାହିଦା ନ ଥିବାବେଳେ ଉପôାଦନ ବଢ଼ିଚାଲିଛି । ଏହା ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଚଳିତ ମାସ ଆମେରିକାରେ ତେଲ ଦର ଶୂନ ତଳକୁ ଖସି ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons