ତେଲେଙ୍ଗାନାରେ ୨ ନକ୍ସଲ ମୃତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲ୍ଲା ମାଙ୍ଗାପେଟା ଥାନା ଅଞ୍ଚଳରେ ସୋମବାର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଛି । ଯବାନମାନେ ମାଓ କ୍ୟାମ୍ପକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି ।
ନରସିଂହା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଯବାନଙ୍କୁ ଖବର ମିଳିଥିଲା । ସୂଚନାକୁ ଭିତ୍ତିକରି ଗ୍ରେହାଉଣ୍ଡ ଯବାନମାନେ ରବିବାର ସନ୍ଧ୍ୟାରେ ସେଠାକୁ କମ୍ବିଂରେ ଯାଇଥିଲେ । ଜଙ୍ଗଲରେ ଯବାନମାନେ ପହଞ୍ଚିବା ପରେ ମାଓବାଦୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ଯବାନମାନେ ଏହାର ପାଲଟା ଯବାବ ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ତିନି ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ଯବାନଙ୍କୁ ମୁକୁବିଲା କରି ନପାରି ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ଦୁଇଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଉଭୟ ମୃତଦେହକୁ ଯବାନମାନେ ଜବତ କରି ଜିଲ୍ଲା ମୁଖ୍ୟାଳୟକୁ ଆଣିଥିଲେ । ମାଓ କ୍ୟାମ୍ପରୁ ବନ୍ଧୁକ, ବିପୁଳ ବିସ୍ଫୋରକ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିଲା । ମୃତ ମାଓବାଦୀଙ୍କ ପରିଚୟ ମିଳିନି । ସୋମବାର ଆଖପାଖ ଗାଁ ଲୋକଙ୍କୁ ଡକାଯାଇ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁଳି ବିନିମୟରେ ଅଧିକ ସଂଖ୍ୟକ ମାଓବାଦୀ ମୃତାହତ ହୋଇଥିବା ସନେ୍ଦହରେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons