ଡୋଡୋମା: ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଆଜି ଏକ ତେଲ ଟ୍ୟାଙ୍କର ବିସ୍ଫୋରଣରେ ୬୨ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୭୦ରୁ ଅଧିକ ଲୋକ ପୋଡିଯାଇ ଆହତ ହୋଇଛନ୍ତି । ଦେଶର ଆର୍ଥିକ ରାଜଧାନୀ ଦାର-ଏ-ସଲାମ ଅଧୀନସ୍ଥ ମୋରୋଗୋରୋ ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଏତ ତେଲ ଟ୍ୟାଙ୍କର ରାସ୍ତା ଉପରେ ଓଲଟି ପଡିବାରୁ ତେଲ ବୋହିଯାଇଥିଲା । ତାକୁ ନେବା ଲାଗି ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଏହି ସମୟରେ କେହି ଜଣେ ସିଗାରେଟ ଟାଣିବାରୁ ତାହା ତେଲ ସଂସ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା ଏବଂ ପରେ ପ୍ରଚଣ୍ଡ ବିସ୍ଫୋରଣ ସହ ଟ୍ୟାଙ୍କରଟି ଜଳିଯାଇଥିଲା । ଫଳରେ ସେଠାରେ ରୁଣ୍ଡ ହୋଇଥିବା ଲୋକମାନେ ନିଆଁରେ ପୋଡିଯାଇଥିଲେ । ବିସ୍ଫୋରଣରେ ନିକଟରେ ଥିବା କାର୍, ବାଇକ ଓ ଗଛ ମଧ୍ୟ ପୋଡିଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ କାର୍ ଚାଳକ ଓ ସ୍ଥାନୀୟ ଲୋକ ।
Comments are closed, but trackbacks and pingbacks are open.