ସୁବର୍ଣ୍ଣପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପୁଲିସର ମାସ୍କ ଚେକିଂ ବେଳେ ଅଘଟଣ ଘଟିଛି । ମାସ୍କ ଯାଞ୍ଚ ବେଳେ ଜଣେ ଠେଲା ଦୋକାନୀଙ୍କ ଦେହରେ ତଲେ ପଡ଼ି ଗୁରୁତର ହୋଇଥିବା ଜଣାପଡ଼ିଛି । ଆହତ ଦୋକାନୀ ଜଣକ ହେଲେ ସୁଦାମ ବିଶ୍ୱାଳ ।
ସୂଚନାମତେ ବୀରମହାରାଜପୁର ପୁଲିସ ବସ୍ତିରେ ମାସ୍କ ଯାଞ୍ଚ କରୁଥିଲେ । ଏଥିରେ ଥାନା ଏସ୍ଆଇ ବିଜୟ ବାରିକ, ଏଏସଆଇ ମାଝି ବାବୁଙ୍କ ସହ ପୁଲିସ ଟିମ୍ ଉପସ୍ଥିତ ଥିଲେ । ଏହି ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଛକ ନିକଟରେ ଏକ ଠେଲା ଦୋକାନ କରିଥିବା ଜଣେ ବ୍ୟବସାୟୀକୁ ମାସ୍କ ବ୍ୟବହାର କରିନଥିବା ନେଇ ଗାଳିଗୁଲଜ କରିଥିଲେ । ଏହି ସମୟରେ ଠେଲାପେଲା ମଧ୍ୟରେ ଦୋକାନି ସୁଦାମର ଦେହରେ ତେଲ ପଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିଲେ । ଏ ନେଇ ଆଇଆଇସି ପ୍ରଭା ଧନଙ୍କୁ ପଚାରିବାରୁ ପୁଲିସ କର୍ମୀଙ୍କ ପାଇଁ ନୁହେଁ, ସେ ପିସିଆର ଗାଡିକୁ ଦେଖି ଦୌଡ଼ି ସେଠାରୁ ପଲାଉଥିବାରୁ ତେଳ କଢେଇ ତାଙ୍କ ଦେହରେ ପଡିଯାଇଥିଲା ବୋଲି କହିଥିଲେ । ତେବେ ଘଟଣାର ତଦନ୍ତ କରାଯିବ, ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି କାର୍ଯ୍ୟାନୁÂାନ ନିଆଯିବ ବୋଲି କହିଥିଲେ ।
Comments are closed, but trackbacks and pingbacks are open.