ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

Get real time updates directly on you device, subscribe now.

ବୋରିଗୁମ୍ମା:ତୈଲ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ଏଠାରେ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳୀୟ ନେତା ଓ କର୍ମୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ନାରାବାଜି କରିବା ସହ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି ।
ଦଳୀୟ ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ଆହ୍ୱାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବ୍ଲକ ସଭାପତି ଅଶୋକ ଗନ୍ତାୟତ ଏହାର ନେତୃତ୍ୱ ନେଇଥିଲେ । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ହୋଇଥିବାର ସାଧାରଣ ଖାଉଟି ନାନା ସମସ୍ୟାରେ ପଡୁଥିବା ଦଳ ଅଭିଯୋଗ କରିଛି । ତୈଳ ଦର ଚଢା ରହୁଥିବାରୁ ଜରୁରୀ ସାମଗ୍ରୀ ଦର ମଧ୍ୟ ଅନୁରୂପ ଭାବେ ବଢିଥିବା ଦଳ କହିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନେତା ଓ କର୍ମୀମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ଏଥିରେ ସାମିଲ ହୋଇଥିଲେ । ବିକ୍ଷୋଭ ବେଳେ ନେତା କେ. ସୁଧାକର ରାଓ, ସଦା ଗଣ୍ଡ, ଏସ. ରାଉତ, ଭାନୁ ଦୋରା, ମୁନ୍ନା ଖାନ୍, ବୁଟୁ ପଣ୍ଡା, ତପନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ତୈଳଦର ସହ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଆଜି ସ୍ଥାନୀୟ କଂଗ୍ରେସ ପକ୍ଷରୁ ବ୍ଲକ ଆଗରେ ଧାରଣା ଦିଆଯାଇଛି । କରୋନା ସମୟରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରିଛନ୍ତି । ଫଳରେ ଗରିବ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଦର ବୃଦ୍ଧିକୁ ନିୟନ୍ତ୍ରଣ କରା ନଗଲେ ଆଗାମୀ ସମୟରେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଡି.ଏଙ୍କାଟି, ସାଂସଦ ପ୍ରତିନିଧି ଲକ୍ଷ୍ମଣ ଖୋସ୍ଲା, କାମେଶ୍ୱର ରାତ୍ନାଲୁ, ଅଶୋକ ପଟ୍ଟନାୟକ, ରୂପିଚନ୍ଦ୍ର ଲିମା, ବେବରା ଗୋପାଳ, ଦିପୁନା ବାବୁ, ଆଲମଣ୍ଡାର ଭାରତ ରାଜୁଙ୍କ ସମେତ ଦଳର ବହୁ କର୍ମୀ ସାମିଲ ହୋଇଥିଲେ ।

ରିପୋର୍ଟ ମାନସ ରଥଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons