ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

Get real time updates directly on you device, subscribe now.

ଭଦ୍ରକ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ଓ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଆକାଶଛୁଆଁ ଦର ଦାମ ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଦଳୀୟ କାର୍ୟ୍ୟାଳୟରୁ ଏକ ସାଇକେଲ ଶୋଭାଯାତ୍ରାରେ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ୟ୍ୟକୁ ତୀବ୍ରବିରୋଧ କରିଥିଲେ ।
ଅନ୍ୟପକ୍ଷରେ କରୋନା କାଳରେ ବେରୋଜଗାର, ଆର୍ଥିକ ମାନ୍ଦା ଅବସ୍ଥା, ଟିକଓକରଣ ସହ ଏହିପରି ବିଭିନ୍ନ ପ୍ରକାର ଅବ୍ୟବସ୍ଥା ପାଇଁ ସାଧାରଣ ଲୋକଙ୍କ ଜୀଵନ ଜୀବିକା ଦୁର୍ବିସହ ହୋଇପଡି ଥିବାବେଳେ, ଉଭୟ ସରକାର ନିଦାବିଷ୍ଣୁ ସାଜିଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ଏଭଳି ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଲିକଓ ଦାହ କରାଯାଇଥିଲା । ଯଦି ଦରଦାମରେ ରୋକ ନ ଲାଗେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons