ଯନ୍ତ୍ରଣା ପ୍ରତି ସମ୍ବେଦନଶୀଳ ବା ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ସ୍ନାୟୁ ତ୍ୱଚା ସଂକ୍ରମଣ ବିରୁଦ୍ଧରେ ଲଢ଼ିବାରେ ସହାୟକ ଏବଂ ଏହାର ପ୍ରସାର ମଧ୍ୟ ରୋକିପାରେ । ଏହି ସ୍ନାୟୁଗୁଡ଼ିକ ପାଥୋଜେନ୍(ରୋଗ ସୃଷ୍ଟି ପାଇଁ ଦାୟି ଭାଇରସ୍) ଚିହ୍ନଟ କରିପାରେ ଏବଂ ନିଜ ପ୍ରତିରକ୍ଷା ପ୍ରତିକ୍ରିୟାକୁ ସକ୍ରିୟ କରିଥିବା ପ୍ରଥମ ଥର ଜଣାପଡ଼ିଛି । ଏଥିସହ ସଂକ୍ରମଣ ସ୍ଥାନରେ ସୁରକ୍ଷାତ୍ମକ ପ୍ରତିରକ୍ଷା ସଙ୍କେତ ଦେବାରେ ମଧ୍ୟ ଏହା ସକ୍ଷମ । ସୁରକ୍ଷା କ୍ଷେତ୍ରରେ ପ୍ରତିରକ୍ଷା ଓ ସ୍ନାୟୁ ପ୍ରଣାଳୀ ସମାନ ଭାବେ କାର୍ଯ୍ୟ କରୁଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି । ଏହି ତଥ୍ୟ ସୋସିଆସିସ୍ ଭଳି ଅନ୍ୟ ତ୍ୱଚା ସମ୍ବନ୍ଧୀୟ ରୋଗ ପାଇଁ ନୂଆ ଚିକିତ୍ସ । ପଦ୍ଧତି ବିକାଶରେ ଗୁରୁତ୍ୱପୂଣ୍ଣ ର୍ ଭୂମିକା ନିର୍ବାହ କରିପାରେ ବୋଲି ଗବେଷକମାନେ ଆଶା କରୁଛନ୍ତି । ସେଲ୍ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.