ବ୍ୟାଙ୍କକ୍: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡ଼ମିଣ୍ଟନର ପୁରୁଷ ଡବଲ୍ସରେ ଭାରତର ସାତ୍ୱିକ୍ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେ;ୀ ଯୋଡ଼ି ବିଜୟ ଜାରି ରଖି ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲ୍ରେ ସାତ୍ୱିକ୍-ଚିରାଗ ଯୋଡ଼ି ୨୧-୧୭, ୧୭-୨୧, ୨୧-୧୯ ଗେମ୍ରେ କୋରିଆର ଚୋଇ ସୋଲଗ୍ୟୁ ଓ ସିଓ ସିଓଙ୍ଗ୍ ଜାଏ ଯୋଡ଼ିଙ୍କୁ ପରାଜିତ କରିଥିଲେ । ଅନ୍ୟ ପଟରେ ପୁରୁଷ ସିଙ୍ଗଲ୍ସ ଖେଳାଳି ବି ସାଇ ପ୍ରଣୀଥ୍ ଏବଂ ମିକ୍ସଡ ଡବଲ୍ସରେ ସାତ୍ୱିକ୍ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି କ୍ୱାର୍ଟରରୁ ବିଦାୟ ନେଇଛନ୍ତି ।
ପୁରୁଷ ଡବଲ୍ସ କ୍ୱାର୍ଟରରେ ସାତ୍ୱିକ୍-ଚିରାଗ ଯୋଡ଼ି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ଉଭୟ ୧ ଘଣ୍ଟା ସମୟ ନେଇ ପ୍ରତିପକ୍ଷ କୋରିଆ ଯୋଡ଼ିଙ୍କୁ ମାତ୍ ଦେଇଥିଲେ । ସାତ୍ୱିକ୍-ଚିରାଗ ଯୋଡ଼ି ସେମିରେ କୋରିଆର କୋ ସୁଙ୍ଗ୍ ହ୍ୟୁନ୍ ଓ ଶିନ୍ ବାଏକ ଚିଓଲ ଯୋଡ଼ିଙ୍କୁ ଭେଟିବେ । ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରରେ ପ୍ରଣୀଥ୍ ୧୮-୨୧, ୧୨-୨୧ ଗେମ୍ରେ ଜାପାନର କାଣ୍ଟା ସୁନେୟାମାଙ୍କ ଠାରୁ ପରାସ୍ତ ହୋଇଥିବାବେଳେ ମିକ୍ସଡ୍ ଡବଲ୍ସ କ୍ୱାର୍ଟରରେ ସାତ୍ୱିକ୍-ଅଶ୍ୱିନୀ ଯୋଡ଼ି ୧୩-୨୧, ୧୫-୨୧ ଗେମ୍ରେ ୟୁତା ୱତାନାବେ ଓ ଆରିସା ହିଗାଶିନୋ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ ।
Comments are closed, but trackbacks and pingbacks are open.