ବ୍ୟାଙ୍କକ୍: ଭାରତର ସାତ୍ୱିକ୍ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେ;ୀ ଯୋଡ଼ି ଥାଇଲାଣ୍ଡ ଓପନର ପୁରୁଷ ଡବଲ୍ସ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ ପ୍ରଥମ ଭାରତୀୟ ଯୋଡ଼ି ବିଡବ୍ଲ୍ୟୁଏଫ୍ ସୁପର ୫୦୦ ବ୍ୟାଡ଼ମିଣ୍ଟନ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଫାଇନାଲ୍ରେ ସାତ୍ୱିକ-ଚିରାଗ ଯୋଡ଼ି ୨୧-୧୯, ୧୮-୨୧, ୨୧-୧୮ ଗେମ୍ରେ ଚୀନର ଲି ଜୁନ୍ ହୁଇ ଓ ଲିୟୁ ୟୁ ଚେନ୍ ଯୋଡ଼ିଙ୍କୁ ପରାସ୍ତ କରିଥିଲେ ।
ପୁରୁଷ ଡବଲ୍ସ ଫାଇନାଲ୍ରେ ସାତ୍ୱିକ୍-ଚିରାଗ ଯୋଡ଼ି ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଉଭୟ ଚୀନର ଲି-ଲିୟୁଙ୍କୁ ଚକ୍ମା ଦେଇଥିଲେ । ୧ ଘଣ୍ଟା ୨ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାର ପ୍ରଥମ ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରତି ପଏଣ୍ଟ ପାଇଁ ଉଭୟ ଯୋଡ଼ିଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ଭାରତୀୟ ଯୋଡ଼ି ଉଚ୍ଚକୋଟୀର ପ୍ରଦର୍ଶନ କରି ୨୧-୧୯ରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଗେମ୍ଟି ଚୀନ୍ ଯୋଡ଼ିଙ୍କ ନାମରେ ରହିଥିଲା । ଏଥିରେ ଲି-ଲିୟୁ ୨୧-୧୮ରେ ବିଜୟ ହାସଲ କରି ମ୍ୟାଚ୍କୁ ବରାବର କରିଥିଲେ । ତୃତୀୟ ଗେମ୍ରେ ସାତ୍ୱିକ-ଚିରାଗ ପ୍ରଥମରୁ ସଂଘର୍ଷ କରିଥିଲେ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଗେମ୍କୁ ୬-୬ ସ୍ଥିତିକୁ ଆଣିବା ପରେ ଭାରତୀୟ ଯୋଡ଼ି ଆଉ ପଛକୁ ନ ଚାହିଁ ୨୧-୧୮ରେ ବିଜୟ ସହ ଟାଇଟଲ ଉପରେ କବ୍ଜା କରି ନେଇଥିଲେ । ସୂଚନାଯୋଗ୍ୟ, ସାତ୍ୱିକ୍-ଚିରାଗ ଚଳିତ ସିଜନରେ ପ୍ରଥମ ଫାଇନାଲ୍ରେ ଖେଳିଥିଲେ । ୨୦୧୮ରେ ଉଭୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ ।
Comments are closed, but trackbacks and pingbacks are open.