ଥାନାରେ ତୁଟିଲା ଶାଶୂ-ବୋହୂ କଳି

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ଥାନାରେ ତୁଟିଛି ଶାଶୂ ବୋହୂ କଳି । ଥାନା ଅଧିକାରୀ, ଗ୍ରାମବାସୀ ଓ ଶାଶୂ ବୋହୂଙ୍କ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇଛି । ବୃଦ୍ଧା ଶାଶୂ ପ୍ରିୟାବ୍ରତୀଙ୍କୁ ଜଙ୍ଗଲରେ ଛାଡ଼ିି ଚାଲି ଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବୋହୂ ଶଶିରେଖା ମହାରଣା ଅସ୍ୱୀକାର କରିଛନ୍ତି । ଶାଶୂଙ୍କ ସହ ମନମାଳିନ୍ୟ ହେବାରୁ ତାଙ୍କୁ ଡିଣ୍ଡିରାଗାଁରେ ରହୁଥିବା ଝିଅ ଘରେ ଛାଡ଼ି ଥିବା ସେ କହିଛନ୍ତି । ଗ୍ରାମବାସୀ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଆଜି ଫିରିଙ୍ଗିଆ ଥାନାରେ ଉଭୟ ଶାଶୂ ଓ ବୋହୂ, ଥାନା ଅଧିକାରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି । ପାରିବାରିକ ମନମାଳିନ୍ୟ ଦୂର ହେବା ପରେ ବୋହୁ ଓ ଶାଶୂ ରାଇକିଆ ଫେରିଥିବା ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ କିରାଣୀ ଚାକିରି କରିଥିବା ପ୍ରେମାନନ୍ଦ ବେହେରା ୨୫ ବର୍ଷ ତଳେ ପ୍ରଥମ ପନôୀଙ୍କୁ ଛାଡ଼ିି ରାଇକିଆ ଉଚ୍ଚ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷୟିତ୍ରୀ ଶଶିରେଖାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏଥିସହ ତାଙ୍କ ମା ପ୍ରିୟବ୍ରତୀ ଓ ପ୍ରଥମ ପନôୀଙ୍କ ପୁଅ ରଜନୀକାନ୍ତଙ୍କୁ ପାଖରେ ରଖିଥିଲେ । ପ୍ରଥମ ପନôୀଙ୍କୁ ପ୍ରେମାନନ୍ଦ ତାଙ୍କର ସମସ୍ତ ଜମି ଦେଇ ଦେଇଥିଲେ । ସେ ଅନ୍ୟତ୍ର ରହୁଛନ୍ତି । ୯ ମାସ ତଳେ ପ୍ରେମାନନ୍ଦଙ୍କ ମୃତୁ୍ୟ ହୋଇଥିଲା । ମୃତୁ୍ୟ ପରେ ତାଙ୍କର ପେନସନ୍ ଦ୍ୱିତୀୟ ପନôୀ ଶଶିରେଖା ପାଉଛନ୍ତି । ତେବେ ବୃଦ୍ଧା ପ୍ରିୟବ୍ରତୀଙ୍କ ଝିଅ ନର୍ମଦା ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କୁ ଦ୍ୱତୀୟ ପତ୍ନୀ ଶଶିରେଖା ମାରି ଦେଇଛନ୍ତି । ମାକୁ ମଧ୍ୟ ମାରି ଦେବେ । ଏହି ଅଭିଯୋଗ ପରେ ପୁଲିସ ଶବ ବ୍ୟବଚ୍ଛେଦ କରିଥିଲା । ମୃତୁ୍ୟ ସ୍ୱାଭାବିକ ଥିବା ପୁଲିସ୍ ରିପୋର୍ଟ ଦେଇଥିଲା । ଏହି ଘଟଣା ପରେ ନର୍ମଦା ସବୁ ବେଳେ ତାଙ୍କ ମାଙ୍କୁ ମାରପିଟ କରୁଥିବା ତଥା ମାରିଦେବାକୁ ଚକ୍ରାନ୍ତ କରିଥିବା ଅଭିଯୋଗ କରୁଥିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଶଶିରେଖା ଓ ରଜନିକାନ୍ତ ଶାଶୂ ପ୍ରିୟବ୍ରତୀଙ୍କୁ ଗତ ୩ ତାରିଖରେ ଏକ ବୋଲରୋରେ ବସାଇ ନେଇ ଡିଣ୍ଡିରାଗାଁରେ ରହୁଥିବା ଝିଅ ଘରେ ଛାଡ଼ିି ଆସିଥିଲେ । ତେବେ ନର୍ମଦା ତାଙ୍କ ମା’ଙ୍କୁ ଜଙ୍ଗଲରେ ଛାଡ଼ି ଚାଲିଯାଇଥିବା ନେଇ ଗ୍ରାମବାସୀଙ୍କୁ କହିବାରେ ଗ୍ରାମବାସୀ ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ବୋହୂ ଶଶିରେଖାଙ୍କୁ ଡକାଇ ସମସ୍ତ ଘଟଣା ପଚାରି ବୁଝିଥିଲେ । ସେ ଶାଶୂଙ୍କୁ ପାଖରେ ରଖିବାକୁ ରାଜି ଅଛନ୍ତି ତେବେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଥିବାରୁ ଏଥିରୁ ବିରତ ରହିଲେ ସେ ଶାଶୂଙ୍କୁ ପାଖରେ ରଖିବେ ବୋଲି କହିଥିଲେ । ଏଥିରେ ଗ୍ରାମବାସୀ ତଥା ପ୍ରେମାନନ୍ଦଙ୍କ ପ୍ରଥମ ପନôୀଙ୍କ ଝିଅ ରାଜି ହୋଇ ଲିଖିତ ଭାବେ ଜଣାଇବା ପରେ ଶଶିରେଖା ଶାଶୂଙ୍କୁ ନେଇ ରାଇକିଆ ଫେରିଥିବା ଥାନା ଅଧିକାରୀ ରାଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons