ନରସିଂହପୁର: ଥାନା ଅଧିକାରୀଙ୍କ ସହିତ ଜଣେ ମହିଳା କର୍ମଚାରୀଙ୍କ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାକୁ ନେଇ ଚର୍ଚ୍ଚା ହେଉଛି। ପୁଣି ଅଭିଯୋଗ ହୋଇଛି ଯେ, ଜନୈକ ମହିଳାଙ୍କ ସ୍ବାମୀ ଏହି ଭିଡିଓଟିକୁ ନିଜ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଛନ୍ତି।
ଏହି ଘଟଣାରେ ଅତିରିକ୍ତ ଏସ୍ପି ତଦନ୍ତ ଆରମ୍ଭ କରିଛନ୍ତି। ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ ହୋଇଛି। ଚର୍ଚ୍ଚା ହେଉଥିବା ଘଟଣାକ୍ରମ ଅନୁସାରେ, ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଉକ୍ତ ଥାନାର କାର୍ୟ୍ୟରତ ଜଣେ ମହିଳାଙ୍କ ମଧ୍ୟରେ ଆପତ୍ତିଜନକ ସଂପର୍କ ରହିଛି। ପ୍ରକୃତ ଘଟଣା ସାମ୍ନାକୁ ଆସି ନଥିବା ବେଳେ କିନ୍ତୁ ଏହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ମହିଳାଙ୍କ ସ୍ବାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି।
ଏପରି ଭିଡିଓ ଭାଇରାଲ ହେବା ପରେ ମହିଳା୍ଙ୍କ ସ୍ବାମୀ କୁଆଡ଼େ ଚାଲିଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ଏସ୍ପି ହସ୍ତକ୍ଷେପ କରିଛନ୍ତି। ଏହି ଘଟଣାର ସତ୍ୟାସତ କଣ, ତାହା ଏପର୍ୟ୍ୟନ୍ତ ସାମ୍ନାକୁ ଆସି ନାହିଁ।


Comments are closed, but trackbacks and pingbacks are open.